ଓଡ଼ିଶା କଂଗ୍ରେସ ସଭାପତି ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ

Advertisment

ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ ‌କରିଛି। ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନିକ କାର୍ଯ୍ୟ ଓ ନେତୃତ୍ବ ସଂପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଛି।

ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ ‌କରିଛି। ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନିକ କାର୍ଯ୍ୟ ଓ ନେତୃତ୍ବ ସଂପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଛି।

congress1

ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ ‌କରିଛି। ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନିକ କାର୍ଯ୍ୟ ଓ ନେତୃତ୍ବ ସଂପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଛି। ମିନାକ୍ଷୀ ନଟରାଜନଙ୍କ ସହ ସମନ୍ବୟ ରକ୍ଷା କରି ତୁରନ୍ତ ଓଡ଼ିଶା ଗସ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଆଇସିସି ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ଆଜି ଏ ସଂପର୍କରେ ଶ୍ରୀ ମହନ୍ତଙ୍କୁ ପତ୍ର ଜରିଆରେ ସୂଚନା ଦେଇଛନ୍ତି। 

ଚଳିତ ବର୍ଷ ଅନୁଷ୍ଠିତ ସାଧାରଣ ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପରେ ଜୁଲାଇ ୨୧ ତାରିଖଠାରୁ ଓଡ଼ିଶା ପ୍ରଦେଶ କଂଗ୍ରେସକୁ ଭାଙ୍ଗି ଦିଆଯାଇଛି। ଏହା ବଦଳରେ ଏକ ଷ୍ଟିୟରିଂ କମିଟି ଗଠନ କରାଯାଇଛି। ଏହି କମିଟିର ବର୍ତ୍ତମାନସୁଦ୍ଧା ଗୋଟିଏ ବୈଠକ ବସିଥିଲା। ପରେ ଆଉ କୌଣସି ପ୍ରକାର ବୈଠକ ହୋଇନାହିଁ। ଏହାସହ ଓଡ଼ିଶାରେ ନିର୍ବାଚନର ପରାଜୟର କାରଣ ଖୋଜିବା ଲାଗି ଦୁଇ ଜଣିଆ କମିଟି ଗଠନ ହୋଇଥିଲେ ବି ସେମାନେ ଆଜି ପର୍ଯ୍ୟନ୍ତ ଓଡ଼ିଶା ଆସି ନାହାନ୍ତି। ତୁରନ୍ତ ପ୍ରଦେଶ କଂଗ୍ରେସ ସଭାପତି ଘୋଷଣା କରିବା ପାଇଁ ଦଳ ପକ୍ଷରୁ ବାରମ୍ବାର ଦାବି ହେବା ପରେ ଏଆଇସିସି ପକ୍ଷରୁ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe