ପିସିସି ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ: ଓଡ଼ିଶାରେ ପହଞ୍ଚିଲେ ପ୍ରଭାରୀ ଚେଲାକୁମାର, ଦୁଇଦିନ ଧରି ଚାଲିବ କଂଗ୍ରେସ ନେତୃବୃନ୍ଦଙ୍କ ସହ ଆଲୋଚନା

Advertisment

୨୦୧୯ରୁ ନିରଞ୍ଜନ ଇସ୍ତଫା ଦେଲେଣି

୨୦୧୯ରୁ ନିରଞ୍ଜନ ଇସ୍ତଫା ଦେଲେଣି

ପିସିସି ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ: ଓଡ଼ିଶାରେ ପହଞ୍ଚିଲେ ପ୍ରଭାରୀ ଚେଲାକୁମାର, ଦୁଇଦିନ ଧରି ଚାଲିବ କଂଗ୍ରେସ ନେତୃବୃନ୍ଦଙ୍କ ସହ ଆଲୋଚନା

thesamikhsya.com

ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ପରିବର୍ତନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। କଂଗ୍ରେସ ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାର ଆଜି କଂଗ୍ରେସ ନେତୃବୃନ୍ଦଙ୍କ ସହିତ ମାନସ ମନ୍ଥନ କରିଛନ୍ତି। ବିଧାୟକ ଓ ବରିଷ୍ଠ ନେତାମାନଙ୍କ ମତାମତ ଗ୍ରହଣ କରିଛନ୍ତି। ଚେଲାକୁମାର ଦିଲ୍ଲୀ ଫେରିଯାଇ ହାଇକମାଣ୍ଡଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିବେ। ପରବର୍ତୀ ସମୟରେ କଂଗ୍ରେସ ହାଇକମାଣ୍ଡ ନୂଆ ପିସିସି ସଭାପତିଙ୍କ ନାଁ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି।

ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ ପିସିସି ପରିବର୍ତନ ଦାବି ଜୋର ଧରିଥିଲା। ଏକାଧିକ ବିଧାୟକ ନିୟମିତ ଭାବେ ଗଣମାଧ୍ୟମରେ ସଭାପତି ପରିବର୍ତନ ପାଇଁ ମତ ରଖିଥିଲେ। ଏ ସଂକ୍ରାନ୍ତରେ ଆଜି ଚେଲାକୁମାର ଓ ଏଆଇସିସିର ସାଧାରଣ ସମ୍ପାଦକ ଜି. ରୁଦ୍ର ରାଜୁ ଓଡ଼ିଶାରେ ପହଞ୍ଚିବା ସହିତ ସଭାପତି
ନିରଞ୍ଜନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ନିରସିଂହ ମିଶ୍ରଙ୍କ ସହିତ ପୃଥକ ଆଲୋଚନା କରିଛନ୍ତି। ପରେ ଅନ୍ୟ ବିଧାୟକ ଓ ବରିଷ୍ଠ ନେତାମାନଙ୍କ ସହ ୱାନ୍‌ ଟୁ ୱାନ ଆଲୋଚନା କରିଥିଲେ। ସଂଧ୍ୟା ପର୍ଯ୍ୟନ୍ତ ଏହି ଆଲୋଚନା ଜାରି ରହିଥିଲା। ଆସନ୍ତାକାଲି ମଧ୍ୟ ଚେଲାକୁମାର ଜିଲ୍ଲା ସଭାପତି, ପିସିସି କର୍ମକର୍ତାଙ୍କ ସହିତ ଦଳୀୟ ସଂଗଠନ କିଭଳି ମଜବୁତ୍ ହେବ ସେ ସମ୍ପର୍କରେ ଆଲୋଚନା କରିବେ। ‌

ଶ୍ରୀ ଚେଲାକୁମାର ଗଣମାଧ୍ୟମକୁ କହିଛନ୍ତି ଯେ ନୂଆ ପିସିସି ସଭାପତି ନେଇ ଏବେଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଧାୟକ ଓ ବରିଷ୍ଠ ନେତାମାନେ ନାଁ ଦେଇଛନ୍ତି। ହାଇକମାଣ୍ଡଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ୨୦୧୯ ମସିହାରୁ ସଭାପତି ପଦରୁ ଇସ୍ତଫା ଦେଇସାରିଛି। ଯେ ପର୍ଯ୍ୟନ୍ତ ତୃଣମୂଳସ୍ତରରୁ କଂଗ୍ରେସ ନେତାମାନେ ଶୃଙ୍ଖଳିତ ହେବା ସହିତ କଠିନ ପରିଶ୍ରମ ନ କରିଛନ୍ତି ସେ ପର୍ଯ୍ୟନ୍ତ କଂଗ୍ରେସର ଉତ୍‌ଥାନ ଅସମ୍ଭବ। ନରସିଂହ ମିଶ୍ର କହିଛନ୍ତି, ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଛି। ହାଇକମାଣ୍ଡ ପରବର୍ତୀ ନିଷ୍ପତ୍ତି ନେବେ। ତେବେ ପ୍ରଭାରୀଙ୍କ ସହିତ କ’ଣ ଆଲୋଚନା ହୋଇଛି ତାହା ସଂପର୍କରେ ଗଣମାଧ୍ୟମରେ କହିବା ସମ୍ଭବ ନୁହେଁ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଅପରପକ୍ଷରେ ବିଧାୟକ ସନ୍ତୋଷ ସିଂ ସାଲୁଜା ଗଣମାଧ୍ୟମକୁ କହିଛନ୍ତି, ପିସିସି ପରିବର୍ତନ ନେଇ ସମସ୍ତଙ୍କ ସହିତ ଆଲୋଚନା କରାଯାଉଛି। ବିଧାୟକମାନେ ଏଥିପାଇଁ ନିଜ ନିଜର ପ୍ରସ୍ତାବ ରଖିଛନ୍ତି। ଓଡ଼ିଶାରେ କଂଗ୍ରେସ ଦଳ ଆଗାମୀ ନିର୍ବାଚନରେ କିଭଳି ଭଲ ପ୍ରଦର୍ଶନ କରିବ ତାହାର ରୋଡମ୍ୟାପ୍ ପ୍ରସ୍ତୁତ ନେଇ ମଧ୍ୟ ଆଲୋଚନା ହୋଇଛି। ଆସନ୍ତା ମେ’ ପ୍ରଥମ ସପ୍ତାହରେ ନୂଆ ପିସିସି ଘୋଷଣା ହୋଇପାରେ ବୋଲି ଶ୍ରୀ ସାଲୁଜା କହିଛନ୍ତି। ବିଧାୟକ ତାରା ବାହିନୀପତି, ଅଧିରାଜ ପାଣିଗ୍ରାହୀ, ସୁରେଶ ରାଉତରାୟ, ମହମ୍ମଦ ମୋକିମ, ରମେଶ ଜେନା, ଦାଶରଥୀ ଗମାଙ୍ଗୋ, ସିଏସ୍ ରାଜନ ଏକ୍କାଙ୍କ ସମେତ ପୂର୍ବତନ ପିସିସ ସଭାପତି ଶରତ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଣ୍ଟିଆ, ବିଜୟଲକ୍ଷ୍ମୀ ସାହୁ, ଅନନ୍ତ ପ୍ରସାଦ ସେଠୀ, ଅଶ୍ବିନୀ ଗୁରୁ, ନବୀନ ଚରଣ ଦାସ ଓ ଅନ୍ୟ ବରିଷ୍ଠ ନେତାମାନେ ଆଜିର ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe