Advertisment

elephant 'Ramu': ହାତୀ ‘ରାମୁ’ର ଅସ୍ଥି ସଂରକ୍ଷଣ ପ୍ରକ୍ରିୟା: ସ୍ଥିତି ଅନୁଧ୍ୟାନ କଲେ ବିଶେଷଜ୍ଞ ଦଳ

Advertisment

ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ଚର୍ଚ୍ଚିତ ହାତୀ ‘ରାମୁ’ର ଅସ୍ଥି ଅବଶେଷକୁ ସଂରକ୍ଷଣ ପାଇଁ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଛି। ଅସ୍ଥି ଉଦ୍ଧାର ଓ ସଂରକ୍ଷଣ ପାଇଁ ଗଠିତ ବିଶେଷଜ୍ଞ ଦଳ ଆଜି ଭରତପୁର ଜଙ୍ଗଲର ଯେଉଁ ସ୍ଥାନରେ ହାତୀର ମୃତଦେହ ପୋତା ଯାଇଥିଲା

ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ଚର୍ଚ୍ଚିତ ହାତୀ ‘ରାମୁ’ର ଅସ୍ଥି ଅବଶେଷକୁ ସଂରକ୍ଷଣ ପାଇଁ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଛି। ଅସ୍ଥି ଉଦ୍ଧାର ଓ ସଂରକ୍ଷଣ ପାଇଁ ଗଠିତ ବିଶେଷଜ୍ଞ ଦଳ ଆଜି ଭରତପୁର ଜଙ୍ଗଲର ଯେଉଁ ସ୍ଥାନରେ ହାତୀର ମୃତଦେହ ପୋତା ଯାଇଥିଲା

dgadgdaczvvcz

ଭୁବନେଶ୍ବର: ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ଚର୍ଚ୍ଚିତ ହାତୀ ‘ରାମୁ’ର ଅସ୍ଥି ଅବଶେଷକୁ ସଂରକ୍ଷଣ ପାଇଁ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଛି। ଅସ୍ଥି ଉଦ୍ଧାର ଓ ସଂରକ୍ଷଣ ପାଇଁ ଗଠିତ ବିଶେଷଜ୍ଞ ଦଳ ଆଜି ଭରତପୁର ଜଙ୍ଗଲର ଯେଉଁ ସ୍ଥାନରେ ହାତୀର ମୃତଦେହ ପୋତା ଯାଇଥିଲା, ସେ ସ୍ଥାନର ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଶେଷଜ୍ଞ ଦଳ ସ୍ଥିତି ଅନୁଧ୍ୟାନ ବେଳେ ଶବ ପୋତା ଯାଇଥିବା ସ୍ଥାନର ମାଟି ପ୍ରାୟ ଅଢ଼େଇ ଫୁଟ ଦବି ଯାଇଥିବା ଦେଖିଛନ୍ତି। ସେପଟେ ‘ରାମୁ’ର ଅସ୍ଥି ସଂରକ୍ଷଣରେ ଏମ୍‌ସ ଡାକ୍ତରୀ ଦଳ ସହଯୋଗର ହାତ ବଢ଼ାଇଛନ୍ତି। ଆଜି ଜଟଣୀ ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟର ପ୍ରାଣୀ ବିଜ୍ଞାନୀ ପ୍ରଫେସର ଡ. ଶିବପ୍ରସାଦ ପରିଡ଼ା, ଏମ୍‌ସ ଭୁବନେଶ୍ବରର ଫରେନ୍ସିକ୍ ମେଡିସିନ୍ ବିଭାଗର ପ୍ରଫେସର ଡା. ସୁଦୀପ୍ତ ରଂଜନ ସିଂହ, ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ, ଭୁବନେଶ୍ବର ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଧ୍ୟାନ ଟୁଡୁ, ସିଟି ଫରେଷ୍ଟ ଡିଭିଜନ୍‌ର ଫରେଷ୍ଟର ସମୀର ବେହେରା ପ୍ରମୁଖ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି। 

Jajpur: ରିସା ମାଙ୍କିଡ଼ିଆଙ୍କ ମୃତ୍ୟୁ ନେଇ ପ୍ରଶାସନିକ ତତ୍ପରତା: ସ୍ଥିତି ପରଖିଲେ ପ୍ରମୁଖ ସଚିବ

ଅସ୍ଥି ସଂରକ୍ଷଣ ପାଇଁ ପିପିଇ କିଟ୍‌ ସହ ଅନ୍ୟ ଆବଶ୍ୟକ ସାମଗ୍ରୀର ତାଲିକା ପ୍ରସ୍ତୁତ କରିଛନ୍ତି। ସୋମବାର ଖନନ ଓ ଅସ୍ଥି ଉଦ୍ଧାର ପ୍ରକ୍ରିୟା ସମ୍ଭବ ନ ହେଲେ ଚଳିତ ମାସର ଦ୍ବିତୀୟ ଶନିବାରରେ କଙ୍କାଳ ଉଦ୍ଧାର ପାଇଁ ଖନନ କାମ ଆରମ୍ଭ କରିବାକୁ ସ୍ଥିର ହୋଇଛି। ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶ୍ରୀ ମଲ୍ଲିକ କହିଛନ୍ତି, ପ୍ରଥମେ ଛୋଟ ଜେସିବି ଲଗାଇ ‘ରାମୁ’ର ଶବ ପୋତା ଯାଇଥିବା ସ୍ଥାନକୁ ଲାଗି ଗାତ ଖୋଳାହେବ। ଏହି ପାର୍ଶ୍ବରୁ ହାତୀର ଅସ୍ଥି ଦେଖାଯିବା ପରେ ଲୋକଙ୍କ ଜରିଆରେ ହାତୀ ପୋତା ସ୍ଥଳକୁ ଖୋଳାଯିବ। ଯେପରି ହାତୀର ଅସ୍ଥି ଅକ୍ଷତ ରହିବ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ। ପରେ ପିପିଇ କିଟ୍, ଗ୍ଲୋବ୍ସ, ମାକ୍ସ ଆଦି ଲଗାଇ ଅସ୍ଥି ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହେବ। ଶନିବାର ଅସ୍ଥି ଉଦ୍ଧାର ପ୍ରକ୍ରିୟା ନ ସରିଲେ, ପରଦିନ ଅର୍ଥାତ୍ ରବିବାର ବି ଏହି କାମ କରାଯିବ।

Education: ଶିକ୍ଷା ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଆଧାର: କେନ୍ଦ୍ରମନ୍ତ୍ରୀ

ସୂଚନାଯୋଗ୍ୟ, ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟରେ ସବୁଠୁ ବଡ଼ ଓ ବୟସ୍କ ଅଣ୍ଡିରା ହାତୀ ଥିଲା ରାମୁ। ଏହା ଜନବସତିକୁ ଯାଉଥିଲେ ବି କାହାରି କିଛି କ୍ଷତି କରୁନଥିଲା। ଏଣୁ ରାମୁ ଲୋକଙ୍କ ମନ ଜିଣି ପାରିଥିଲା। ବର୍ଷକ ତଳେ ବିଦ୍ୟୁତ୍‌ ଆଘାତରେ ରାମୁର ମୃତ୍ୟୁ ହୋଇଥିଲା। ଏରୁ ରାମୁର ଅସ୍ଥିକୁ ଗୋଡ଼ିବାରି ପ୍ରକୃତିନିବାସଠାରେ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ସଂରକ୍ଷିତ ରଖିବାକୁ ବନ୍ୟପ୍ରାଣୀ ବିଭାଗ ଯୋଜନା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe