ନୂତନ ପିସିସି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି: ଚେଲ୍ଲା କୁମାର

ଦାୟିତ୍ବ ମୁକ୍ତ ହେବେ ଚେଲ୍ଲାକୁମାର, ଓଡ଼ିଶାରେ କଂଗ୍ରେସ ପ୍ରଭାରୀଙ୍କ ପ୍ରଦର୍ଶନ ନୈରାଶ୍ୟଜନକ

theonlook.com

ନୂଆଦିଲ୍ଲୀ: ଓଡ଼ିଶା ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇସାରିଥିବାରୁ ତାଙ୍କ ସ୍ଥାନରେ ନୂତନ ସଭାପତି ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏଥିପାଇଁ ଦଳୀୟ ବିଧାୟକ, ସାଂସଦ ଓ ନେତୃବୃନ୍ଦଙ୍କ ସହ ଆଲୋଚନା ଚାଲିଛି। ଆଗକୁ ମଧ୍ୟ ଏହା ଜାରିରହିବ। ଓଡ଼ିଶା ପିସିସି ପରିବର୍ତ୍ତନ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ଏହି ସୂଚନା ଦେଇଛନ୍ତି ଏଆଇସିସି ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର। ଶ୍ରୀ କୁମାରଙ୍କ ବୟାନ ପରେ ଓଡ଼ିଶା‌ରେ ପିସିସି ପରିବର୍ତ୍ତନ ସ୍ପଷ୍ଟ ହୋଇଛି।

ଏହି ପ୍ରସଙ୍ଗ ଉପରେ ‘ସମ୍ବାଦ’ ସହିତ ଆଲୋଚନା କାଳରେ ଶ୍ରୀ କୁମାର କହିଲେ ଯେ ସେ ଆସନ୍ତା ସପ୍ତାହରେ ଓଡ଼ିଶା ଗସ୍ତକରିବେ। ବର୍ତ୍ତମାନ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ଚୂଡ଼ା‌ନ୍ତ ହୋଇନାହିଁ। ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସହିତ ଆଲୋଚନା କଲା ପରେ ଏହା ଚୂଡ଼ାନ୍ତ ହେବ। ସେ ରାଜ୍ୟର ସମସ୍ତ କଂଗ୍ରେସ ନେତାମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିଛନ୍ତି। ଗସ୍ତ କାଳରେ ସେ ଦଳର ସମସ୍ତ ବରିଷ୍ଠ ନେତା, ସାଂସଦ ଓ ବିଧାୟକମାନଙ୍କ ସହିତ ଆଲୋଚନା କରିବେ। ଓଡ଼ିଶାରେ ଗୋଟିଏ ବିଧାନସଭା ଆସନରେ ଉପନିର୍ବାଚନ ହେବାର ଅଛି। ତାହା କଂଗ୍ରେସ ପାଇଁ ଗୁରୁତ୍ବପୂର୍ଣ୍ଣ। କଂଗ୍ରେସ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ମଧ୍ୟ ଆଲୋଚନା ଚାଲିଛି।
କେଉଁ ମାନଦଣ୍ଡ ଆଧାରରେ ନୂତନ ସଭାପତିଙ୍କୁ ନିଯୁକ୍ତ କରାଯିବ ପ୍ରଶ୍ନର ଉତ୍ତରରେ ସେ କହିଲେ ‌ଯେ ମାନଦଣ୍ଡ ସବୁବେଳେ ଗୋଟିଏ ହୋଇଥାଏ। ଯିଏ ସଭାପତି ହେବେ ତାଙ୍କର ଦଳକୁ ଉପଯୁକ୍ତ ପରିଚାଳନା ଓ ନେତୃତ୍ବ ଦେବା କ୍ଷମତା ସହ କଂଗ୍ରେସ ପ୍ରତି ଆନୁଗତ୍ୟ ଥିବା ଆବଶ୍ୟକ। ଏହା ସହ ଯିଏ ଓଡ଼ିଶାରେ ବିଜେଡି ଓ ବିଜେପି ବିରୋଧରେ ଲଢ଼େଇ କରିପାରିବ ତାଙ୍କୁ ହିଁ ଏହି ପଦବୀ ପାଇଁ ବିବେଚନା କରାଯାଇପାରିବ ବୋଲି ପ୍ରଭାରୀ ଶ୍ରୀ କୁମାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe