ଜିଲ୍ଲା ପରିଷଦ କାର୍ଯ୍ୟାଳୟର ପ୍ରୋଗ୍ରାମ୍ ମ୍ୟାନେଜରଙ୍କୁ ହତ୍ୟା ଧମକ 

Advertisment
ଯୁବକଙ୍କୁ ପିଟି ଲହୁଲୁହାଣ ପରେ ହତ୍ୟା

DNA India

ଦେବଗଡ଼: ତିଲେଇବଣି ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ପ୍ରୋଗ୍ରାମ ମ୍ୟାନେଜର ଦୀପକ ବେହେରାଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା ଶ୍ରୀ ବେ‌ହେରା ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଶୁକ୍ରବାର ରାତିରେ ବ୍ଲକ୍‌ ଉପାଧ୍ୟକ୍ଷା ଆରତୀ ପ୍ରଧାନ, ସ୍ୱାମୀ ଯୋଗେଶ ପ୍ରଧାନ, ପଞ୍ଚାୟତ ସମିତି ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ ସମର୍ଥକଙ୍କ ସହ ଦେବଗଡ଼ ଥାନାକୁ ଆସି ଶ୍ରୀ ବେହେରାଙ୍କ ବିରୋଧରେ ବ୍ଲକ୍‌ ଅଧ୍ୟକ୍ଷାଙ୍କୁ ଜାତିଆଣ ଆକ୍ଷେପ କରି ଅପମାନିତ କରିଥିବା ନେଇ ପାଲଟା ଅଭିଯୋଗ କରିଛନ୍ତି। ଥାନାରେ ହୋଥିବା ଏତଲା ଅନୁସାରେ ଗତ ୩ ତାରିଖ ଦିନ ସିଏସ୍‌ଡିଆର୍‌ ଅନୁଷ୍ଠାନ ପକ୍ଷରୁ ପଞ୍ଚାୟତ ପ୍ରତିନିଧିମାନଙ୍କ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।

ଉକ୍ତ ତାଲିମ କାର୍ଯ୍ୟକ୍ରମରେ ବାରକୋଟ ବ୍ଲକ୍‌ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ରଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ତାଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ତେଣେ ତିଳେଇବଣି ବ୍ଲକ୍‌ ଅଧ୍ୟକ୍ଷା ଶୀମତୀ ଭୋଇଙ୍କୁ ଶିବିରରେ ଡକାଯାଇଥିଲେ ହେଁ ତାଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇ ନଥିବା ଅଭିଯୋଗ ହୋଇଥିଲା। ଏହାକୁ କେନ୍ଦ୍ର କରି ତିଲେଇବଣି ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀ ଶ୍ରୀ ପ୍ରଧାନ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ବେହେରାଙ୍କୁ ମୋବାଇଲ୍‌ରେ ଫୋନ୍‌ କରି ଗାଳିଗୁଲଜ ଦେବା ସହ ହତ୍ୟା ଧମକ ଦେଇଥିଲେ। ତେବେ ଏହି କାର୍ଯ୍ୟକ୍ରମ ଏକ ଏନ୍‌ଜିଓ ଦ୍ୱାରା ପରିଚାଳନା କରାଯାଉଥିବା ବେଳେ ଏଥିରେ ତାଙ୍କ କୌଣସି ଭୂମିକା ନଥିବା ଶ୍ରୀ ବେହେରା ପ୍ରକାଶ କରିଥିଲେ। ଅନ୍ୟପଟେ ତିଲେଇବଣି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭୋଇ ତାଙ୍କୁ ଅସମ୍ମାନ କରାଯିବା ସହ ଜାତିଆଣ ଆକ୍ଷେପ କରାଯାଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ପୁଲିସ ଦୁଇଟି ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe