୫ ବାଲିଗାଡ଼ିକୁ ପୁଲିସ ଜିମା ଦେଲେ ଲୋକେ

Advertisment
୫ ବାଲିଗାଡ଼ିକୁ ପୁଲିସ ଜିମା ଦେଲେ ଲୋକେ

କବାଟବନ୍ଧ: ବିନା କାଗଜପତ୍ରରେ ଓ ଓଭରଲୋଡ ନେଇ ଯାଉଥିବା ୫ଟି ବାଲିଗାଡ଼ିକୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଚଉଷଠିପଡ଼ା ଗ୍ରାମବାସୀ ଅଟକରଖି ଆଜି ସକାଳେ ଜେନାପୁର ପୁଲିସ ଜିମା ଦେଇଥିଲେ। ସୂଚନା ମୁତାବକ, ରସୁଲପୁର ତହସିଲ ଅନ୍ତର୍ଗତ ଜାବରା ବାଲଘାଟରୁ ମଙ୍ଗଳବାର ରାତି ପ୍ରାୟ ଗୋଟାଏ ବେଳେ ୫ଟି ବାଲି ବୋଝେଇ ହାଇୱା ବ୍ରାହ୍ମଣୀ ନଦୀବନ୍ଧ ରାସ୍ତାରେ ଯାଉଥିବା ବେଳେ ଜେନାପୁର ଥାନା ଚଉଷଠିପଡ଼ା ଗ୍ରାମର କିଛି ଯୁବକ ଏହାକୁ ଅଟକାଇ ଆରଫର୍ମ ଦେଖାଇବାକୁ କହିଥିଲେ। ହେଲେ ଗାଡ଼ିର ଚାଳକମାନେ କୌଣସି କାଗଜପତ୍ର ଦେଖାଇ ନପାରିବାରୁ ସଂପୃକ୍ତ ଯୁବକମାନେ ବାଲି ବୋଝେଇ ଗାଡ଼ିଗୁଡ଼ିକୁ ସକାଳ ପର୍ଯ୍ୟନ୍ତ ଅଟକ ରଖି ରାଜସ୍ବ ବିଭାଗ ଓ ଆରଟିଓଙ୍କ ସହିତ ଯୋଗଯୋଗ କରିଥିଲେ।

କେହି ନଆସିବାରୁ ଜେନାପୁର ପୁଲିସ ଜିମା ଦେଇଥିଲେ। ଜେନାପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାଲିଗାଡ଼ି ଗୁଡ଼ିକୁ ଥାନାକୁ ନେଇ ତଦନ୍ତ ଚଳାଇଛି। ଏସଂପର୍କରେ ରାଜସ୍ବ ବିଭାଗ ତଥା ପୁଲିସ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ମାଫିଆ ଓ ପ୍ରଶାସନ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁଁ ଧର୍ମଶାଳା ଅଞ୍ଚଳରେ ଲଘୁ ଖଣିଜ ସଂପଦର ଚୋରା କାରବାର ଚାଲିଛି। ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe