ବାଲେଶ୍ୱର: ରଘୁନାଥ ଜୀଉ ମନ୍ଦିରର ହେଲା ନବକଳେବର; ପ୍ରତିଷ୍ଠା ହେଲା ରାମ, ଲକ୍ଷ୍ମଣ, ସୀତାଙ୍କ ବିଗ୍ରହ

ବାଲେଶ୍ୱର: ରଘୁନାଥ ଜୀଉ ମନ୍ଦିରର ହେଲା ନବକଳେବର; ପ୍ରତିଷ୍ଠା ହେଲା ରାମ, ଲକ୍ଷ୍ମଣ, ସୀତାଙ୍କ ବିଗ୍ରହ

ବାଲେଶ୍ବର : ନୀଳଗିରି ରାଜବାଟି ସମ୍ମୁଖରେ ଥିବା ୨୦୦ ବର୍ଷର ରଘୁନାଥ ଜୀଉ ମନ୍ଦିରର ହେଲା ନବକଳେବର। ଶ୍ରଦ୍ଧାଳୁମାନଙ୍କ ସାହାଯ୍ୟ ଅର୍ଥରେ ମନ୍ଦିରର ରୂପରେଖ ବଦଳିଛି।

ବର୍ଷ ବର୍ଷ ଧରି ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିରଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା। ପ୍ରଶାସନ ଓ ରାଜନେତାଙ୍କ ଇଛାଶକ୍ତି ଅଭାବରୁ ମନ୍ଦିରର ରୋଷଇଶାଳ, କୂଅ, ମୁଖଶାଳା ଏବଂ ବିଭିନ୍ନ କୋଠରୀଗୁଡ଼ିକ ଭଗ୍ନ ଅବସ୍ଥାରେ ପଡ଼ିଛି। ନୀଳଗିରି ରାଜପରିବାର ପକ୍ଷରୁ ୧୯ଶହ ଶତାବ୍ଦୀରେ ରଘଉନାଥ ଜୀଉ ମନ୍ଦିର ତତ୍କାଳୀନ ରାଜା ଶ୍ୟାମସୁନ୍ଦର ମର୍ଦ୍ଦରାଜଙ୍କ ଧର୍ମପତ୍ନୀ ତଥା ରାଣୀ ଇନ୍ଦ୍ରାବତୀ ଦେବୀଙ୍କ ତତ୍ତ୍ବାବଧାନରେ ନିର୍ମାଣ କରାଯାଇଥିଲା। ଏଠାରେ ଶାଳଗ୍ରାମ ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇ ପୂଜା ଅର୍ଚ୍ଚନା କରାଯାଇ ଆସୁଥିବା ବେଳେ ଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରା ବିଗ୍ରହ ରଖାଯାଇ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ପାଳନ ହୋଇ ଆସୁଥିଲା।

publive-image

୨ଶହ ବର୍ଷର କୀର୍ତ୍ତିରାଜ ରଘୁନାଥ ଜୀଉ ମନ୍ଦିର ଭଗ୍ନସ୍ତୁପ ପାଲଟି ଯାଇଥିବା ବେଳେ ଦୀର୍ଘ ୨୭ବର୍ଷ ଧରି କାର୍ଯ୍ୟ କରିଆସୁଥିବା କାର୍ଯ୍ୟନିର୍ବାହୀ ଅଧିକାରୀ କିମ୍ବା କମିଟିର କୌଣସି ସଦସ୍ୟ ମନ୍ଦିରର ରକ୍ଷଣାବେକ୍ଷଣ ଉପରେ ନଜର ଦେଉନଥିଲେ। ଏ ‌ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଦେବେତ୍ତାର କମିଶନର ଉକ୍ତ କମିଟିକୁ ଭାଙ୍ଗି ନୂତନ କମିଟି ଗଠନ କରିଛନ୍ତି। ନୂତନ କମିଟିର ସ୍ଥାୟୀ ସଭାପତି ସ୍ଥାନୀୟ ତହସିଲଦାର, ସଦସ୍ୟ ଭାବେ ସ୍ଥାନୀୟ ଥାନା ଅଧିକାରୀ, ଏନଏସି ନିର୍ବାହୀ ଅଧିକାରୀ ସମେତ ହରପ୍ରସାଦ ମର୍ଦ୍ଦରାଜ, ଚିତ୍ତରଂଜନ ଷଡ଼ଙ୍ଗୀ, ରାମଚନ୍ଦ୍ର ମହଲ, କମଳ ମିଶ୍ର, ମହେନ୍ଦ୍ର ନାଥ ବେହେରା ଏବଂ କ୍ଷୀରୋଦ ଦାସଙ୍କୁ ନିଯୁକ୍ତ କରାଯାଇଛି।

ନୂତନ କମିଟି ସଦସ୍ୟମାନଙ୍କ ପ୍ରଚେଷ୍ଟାରେ ଓ ଶ୍ରଦ୍ଧାଳୁମାନଙ୍କ ସହଯୋଗ ଫଳରେ ଏବେ ପୁରାତନ ରଘୁନାଥ ଜୀଉ ମନ୍ଦିର ତାର ରୂପରେଖ ନବକଳେବର ହୋଇଛି। ରାମ, ଲକ୍ଷ୍ମଣ ଓ ସୀତାଙ୍କର ମୁଗୁନି ପଥରରେ ନିମିର୍ତ ବିଗ୍ରହକୁ ଏଠାରେ ପ୍ରତିଷ୍ଠା କରାଯାଇଅଛି। ଶ୍ରଦ୍ଧାଳୁଙ୍କ ଦାନରେ ୩ ମୂର୍ତ୍ତିଙ୍କ ବିଗ୍ରହ ଆଜି ବିଧି ଅନୁଯାୟୀ ହୋମ ଯଜ୍ଞ, ନୀତିକାନ୍ତି ସହ ପୂଜାର୍ଚ୍ଚନା କରାଯାଇ ନୂତନ ବିଗ୍ରହକୁ ସ୍ଥାପନ କରାଯାଇଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe