ଓପିଜିସି ନୂଆ ରେଳ ଲଇନ୍‌ରେ ଗଡ଼ିଲା ରେଳ ଇଂଜିନ୍‌

Advertisment
ଓପିଜିସି ନୂଆ ରେଳ ଲଇନ୍‌ରେ ଗଡ଼ିଲା ରେଳ ଇଂଜିନ୍‌

ଇବ୍‌ଥର୍ମାଲ : ଓଡ଼ିଶା ପାୱାର ଜେନେରେସନ୍‌ କର୍ପୋରେସନ୍‌ (ଓପିଜିସି) ଆଜି ତାର ନବ ନିର୍ମିତ ରେଳ ଲାଇନ (ଏମ୍ ଜି ଆର୍)ର ଖାଲି ରେଳ ଇଞ୍ଜିନ୍‌ ଗଡ଼ାଇ ଟ୍ରାଏଲ୍‌ ରନ୍‌ କରିଛି। ଓପିଜିସି ଇବଥର୍ମାଲ ପାୱାର ପ୍ଲାଣ୍ଟଠାରୁ ସୁନ୍ଦରଗଡ଼ ହେମଗିର ବ୍ଲକ୍ ଅନ୍ତର୍ଗତ ମନୋହରପୁର (ଓସିପିଏଲ୍) କୋଇଲା ଖଣି ପର୍ଯ୍ୟନ୍ତ ଏହି ରେଳ ଇଞ୍ଜିନ୍‌କୁ ଚଳାଯାଇଥିଲା। ଇବ୍‌ଥର୍ମାଲଠାରୁ ୪୭.୩ କିଲୋମିଟର ଥିବା ଏହି ରେଲୱେ ଟ୍ରାକ୍‌ରେ ରେଳ ଇଞ୍ଜିନ ସଫଳତାର ସହ ଯିବା ଆସିବା କରିଥିବା ଓପିଜିସି ପକ୍ଷରେ କୁହାଯାଇଛି। ଏହି ଅବସରରେ ସକାଳ ୮ଟା ୩୦ରେ ପୂଜାର୍ଚ୍ଚନା କରାଯାଇଥିଲା। ଓପିଜିସି ଡାଇରେକ୍ଟର୍‌(ଅପରେସନ) ମାନସ ରଂଜନ ରାଉତ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପ୍ରୋଜେକ୍ଟ ମୁଖ୍ୟ ସରୋଜ ସାହୁ, ଓପିଜିସି ୨ ପ୍ଲାଣ୍ଟ ମ୍ୟାନେଜର ସୁକାନ୍ତ ମହାପାତ୍ର, ଏମ୍‌ଜିଆର୍ ପ୍ରୋଜେକ୍ଟ ମୁଖ୍ୟ ପି କୁରେଶୁ ପାତ୍ର, ଏମ୍‌ଜିଆର୍‌ ମୁଖ୍ୟ ଶିଶିର ରାଉତ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସୂଚନାମତେ ଓପିଜିସି ନିଜସ୍ବ କୋଇଲା ଖଣିରୁ କୋଇଲା ଆଣି ପ୍ଲାଣ୍ଟ ଚଳେଇବାକୁ କେନ୍ଦ୍ର ସରକାର ସୁନ୍ଦରଗଡ଼ ଜିଲ୍ଲା ମନୋହରପୁରଠାରେ ଏକ କୋଲବ୍ଲକ୍ ପ୍ରଦାନ କରିଛନ୍ତି। ଏହା ଓସିପିଏଲ୍ ଭାବେ କାର୍ଯ୍ୟ ଆରମ୍ଭ କରି କୋଇଲା ଉତ୍ପାଦନ ଆରମ୍ଭ ହୋଇ ଯାଇଛି। କେବଳ ରେଲଓ୍ବେ ଲାଇନ୍‌ କାମ ସଂପୂର୍ଣ୍ଣ ହୋଇପାରୁ ନଥିଲା ବୋଲି ଓପିଜିସି ସେଠାରୁ କୋଇଲା ପରିବହନ ପାଇଁ ଟ୍ରେନ୍‌ ଚଳେଇ ପାରୁ ନଥିଲା। ଏବେ ରେଳ ଯୋଗେ ମନୋହରପୁରରୁ କୋଇଲା ପରିବହନ କରାଯାଇ ପାରିବ। ଏହି ରେଲଓ୍ଵେ ଲାଇନ୍‌ ଉଭୟ ଝାରସୁଗୁଡ଼ର ଓ ସୁନ୍ଦରଗଡ଼ ଦେଇ ଯାଇଥିବା ବେଳେ ରେଲଓ୍ବ ଲାଇନ୍‌ରେ ଛୋଟବଡ଼ ୧୨୩ ଟି ବ୍ରିଜ୍ ନିର୍ମାଣ କରାଯାଇଛି। ଆବଶ୍ୟକ ସ୍ଥଳେ ସିଗନାଲ ଓ ଟେଲିଫୋନ୍ ଯୋଗାଯୋଗ କାମ ମଧ୍ୟ ସମାପ୍ତ ହୋଇଥିବା ଓପିଜିସି ପକ୍ଷରୁ କୁହାଯାଇଛି। ଏବେ ମନୋହରପୁରରୁ ଓପିଜିସି ନିଜସ୍ବ କୋଇଲା ଆଣି ପ୍ଲାଣ୍ଟ ଚଳାଇବାକୁ ପଥ ସୁଗମ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe