ରେଳ ଲାଇନ ମରାମତି ଶେଷ, ଅନୁଗୁଳ ଦେଇ ଟ୍ରେନ୍‌ ଚାଲିଲା

Advertisment
ଆଉ ମାସେ ଚାଲିବ ପୁରୀ-ପାଟନା ବିଶେଷ ଟ୍ରେନ୍‌

Sambad

ଅନୁଗୁଳ/ବଅଁରପାଳ : ଅନୁଗୁଳ-ତାଳଚେର ରେଳ ଲାଇନରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି। ଶୁକ୍ରବାରଠାରୁ ଅନୁଗୁଳ ଦେଇ କଟକ-ସମ୍ବଲପୁର ରୁଟ୍‌ରେ ଉଭୟ ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ ଗଡ଼ିଛି। ତାଳଚେର ରୋଡ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବାରୁ ଏହି ବ୍ୟସ୍ତବହୁଳ ରୁଟ୍‌ରେ ଗତ ୩ ଦିନ ହେଲା ରେଳ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଥିଲା।

ଅନୁଗୁଳରୁ କଟକ ଆଡକୁ ଯାଉଥିବା ଏକ ମାଲବାହୀ ଟ୍ରେନ ତାଳଚେର ରୋଡ୍ ଷ୍ଟେସନ ପୂର୍ବରୁ ସୋମବାର ରାତି ୨ଟା ୩୫ ମିନିଟ୍ ସମୟରେ ଲାଇନଚ୍ୟୁତ ହୋଇଥିଲା। ଏହା ସିଙ୍ଗଲ ଲାଇନ ହୋଇଥିବାରୁ ସୋମବାର ରାତିରୁ ଏହି ଲାଇନରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇ ରହିଥିଲା। ଯୁଦ୍ଧକାଳୀନ ଭିତ୍ତିରେ ଏହାର ଉଦ୍ଧାର କାର୍ଯ୍ୟ କରାଯାଇ ଗତକାଲି ସନ୍ଧ୍ୟା ସୁଦ୍ଧା ମରାମତି ଶେଷ କରାଯାଇଥିଲା। ଏହା ପରେ ରାତିରେ ପରୀକ୍ଷାମୂଳକ ଭାବେ ଏକ ମାଲବାହୀ ଟ୍ରେନ ଏହି ରୁଟ୍‌ରେ ଯାଇଥିଲା। ଲାଇନ ପୁଣି ଥରେ ଯାଞ୍ଚ କରାଯିବା ପରେ ଆଜିଠାରୁ ଏହି ରୁଟ୍‌ରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି। ଭୁବନେଶ୍ବର-ବଲାଙ୍ଗୀର ସ୍ବତନ୍ତ୍ର ଟ୍ରେନ ସହିତ ରାଉରକେଲା-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ ଆଜି ସକାଳେ ଏହି ରୁଟ୍‌ରେ ଯାଇଥିଲା। ପରେ ଅନ୍ୟାନ୍ୟ ଟ୍ରେନ ସବୁ ସ୍ବାଭାବିକ ଭାବେ ଏହି ରୁଟ୍‌ରେ ଚଳାଚଳ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe