ବର୍ଷା କମିଛି, ତଥାପି ବିପଦ ଟଳିନି

Advertisment
ବର୍ଷା କମିଛି, ତଥାପି ବିପଦ ଟଳିନି

India TV News

ସମ୍ବଲପୁର/ଭୁବନେଶ୍ବର: ୩ଦିନର ଲଘୁଚାପ ବର୍ଷା ଯୋଗୁ ମହାନଦୀରେ ବନ୍ୟା ଜଳ ଆସିଛି। ତଳିଆ ଅଞ୍ଚଳ ଦୁର୍ଦ୍ଦଶାଗ୍ରସ୍ତ ହୋଇପଡିଛି। ବର୍ଷା କମିଥିଲେ ବି ବିପଦ ଟଳିନି। ବଭିନ୍ନ ସ୍ଥାନରେ ବର୍ଷା ଛାର ଖାର କରି ଦେଇଛି। ପ୍ରଶାସନ ପକ୍ଷରୁ ସବୁଠି ସତର୍କ ଦୃଷ୍ଟି ରଖାଯାଇ କାର୍ଯ୍ୟ କରାଯାଉଛି। ତେବେ ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି। ବର୍ଷା କମିଥିଲେ ବି ବର୍ତ୍ତମାନ ସୁଦ୍ଧା ଯେତିକି ଜଳ ସଂରକ୍ଷଣ ନିୟମ ସେତିକି ରଖାଯାଇ ବାକି ଜଳ ଛାଡି ଦିଆଯାଉଛି। ଫଳରେ ତଳିଆ ଅଞ୍ଚଳ ପ୍ରତି ବିପଦ ଦେଖାଦେଇଛି। ଶନିବାର ଠାରୁ ୩୪ ଗେଟ ଦେଇ ଜଳ ନିଷ୍କାସନ ହେଉଥିବାବେଳେ ବର୍ଷାର ପରିମାଣକୁ ଦେଖି ସୋମବାର ଅପରାହ୍ନରେ ୮ଟି ଗେଟକୁ ବନ୍ଦ କରି ଦିଆଯାଇଛି। ତେବେ ସୋମବାର ଭୋର ୪ଟା ସୁଦ୍ଧା ୨୬ ଗେଟି ଦେଇ ଜଳ ନିଷ୍କାସନ କରାଯାଉଛି। ଏହା ଦ୍ବାରା ତଳିଆ ଅଞ୍ଚଳ ପ୍ରତି ବିପଦ ଦେଖାଦେଇଛି। କେଉଁଠି ଗାଁ ଭିତରେ ପାଣି ପସିଯାଇଛି ତ କେଉଁଠି ପୋଲ ଭସାଇ ନେଇଛି। ଆଉ କେଉଁଠି ପାଣି କମିନଥିବାରୁ ଲୋକେ ଦୁର୍ଦ୍ଦଶାଗ୍ରସ୍ତ ହୋଇପଡିଛନ୍ତି। ତେବେ ସୋମବାର ବର୍ଷା କମିଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ ପୂର୍ବାପେକ୍ଷା ଧୀରେ ଧୀରେ କମିବାରେ ଲାଗିଛି।

ହୀରାକୁଦ ସ୍ଥିତି: ୨୬ ଗେଟ ଖୋଲିଛି

ଜଳ ପ୍ରବେଶ ୭,୯୮,୪୬୦ କ୍ୟୁସେକ (ପ୍ରତି ସେକେଣ୍ଡରେ)

ନିଷ୍କାସନ: ୪,୫୬,୦୨୨ କ୍ୟୁସେକ (ପ୍ରତି ସେକେଣ୍ଡରେ)

publive-image

ହୀରାକୁଦ ଜଳଭଣ୍ଡାର କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ସୋମବାର ଭୋର ୪ଟାରେ ମିଳିଥିବା ସୂଚନା ଅନୁସାରେ ଏବେ ୨୬ଟି ସ୍ଲୁଇସ୍‌ ଗେଟ ମାଧ୍ୟମରେ ଜଳ ନିଷ୍କାସନ ଜାରି ରହିଛି। ଗେଟ ବନ୍ଦ ଯୋଗୁ ମହାନଦୀର ତଳିଆ ଅଞ୍ଚଳବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। କିନ୍ତୁ ସଂକଟ ଟଳିନାହିଁ। ସୂଚନା ଅନୁସାରେ ଡ୍ୟାମର ବାମ ପାର୍ଶ୍ବରୁ ୧୮ଟି ଓ ଦକ୍ଷିଣ ପାର୍ଶ୍ବରୁ ୮ଟି ଗେଟ୍‌ ମାଧ୍ୟମରେ ଜଳ ନିଷ୍କାସନ ଜାରି ରହିଛି। ରାତି ୧୨ଟା ସୁଦ୍ଧା ଜଳଭଣ୍ଡାରରେ ଜଳଧାରଣ କ୍ଷମତା ୬୨୩.୭୯ ଫୁଟ ବିପଦ ସଂକେତ ଉପରେ ରହିଥିବାବେଳେ ଭୋର ୪ଟା ସୁଦ୍ଧା ତାହା ଟିକେ ବଢ଼ି ୬୨୪.୪୧ରେ ରହିଛି। ତେବେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ରାତି ୧୨ଟା ସୁଦ୍ଧା ୮,୦୭,୩୧୧ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ତାହା ଏବେ ଢେର କମିଯାଇଛି। ଭୋର ୪ଟା ସୁଦ୍ଧା ୭,୯୮,୪୬୦ କ୍ୟୁସେକ ଜଳ ପ୍ରବେଶ କରୁଛି। କିନ୍ତୁ ଅଧିକ ଜଳ ନିଷ୍କାସନ କରାଯାଉଛି। ରାତି ୧୨ଟା ସୁଦ୍ଧା ୪,୫୩,୮୨୨ କ୍ୟୁସେକ ଜଳ ନିଷ୍କାସନ କରାଯାଉଥିବାବେଳେ ସ୍ଥିତିକୁ ଦେଖି ତାହାକୁ ବଢ଼ାଇ ଦିଆଯାଇଛି।

ଭୋର ୪ଟା ସୁଦ୍ଧା ୪,୫୬,୦୨୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତେବେ ଏଥି ମଧ୍ୟରୁ ରାତି ୧୨ଟା ସୁଦ୍ଧା ସ୍ପିଲ ୱେ ମଧ୍ୟ ଦେଇ ୪,୧୪,୩୮୮ କ୍ୟୁସେକ ଜଳ ନିଷ୍କାସିତ ହେଉଥିବାବେଳେ ଏହା ସାମାନ୍ୟ ବଢ଼ିଛି। ରାତି ୪ଟା ସୁଦ୍ଧା ୪,୧୫, ୬୬୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ସେହିପରି ପାୱାର ଚ୍ୟାନେଲ ଦେଇ ୩୬,୭୬୧ କ୍ୟୁସେକ ଜଳ ରାତି ୧୨ଟା ସୁଦ୍ଧା ନିଷ୍କାସିତ ହେଉଥିଲା। ସେଥିରେ ବି ସାମାନ୍ୟ ବଢ଼ିଛି। ଭୋଟର ୪ଟା ସୁଦ୍ଧା ୩୭,୬୮୭ କ୍ୟୁସେକ ଜଳ ଛଡ଼ାଯାଉଛି। ସେହିପରି ଜଳସେଚନ ପାଇଁ ୨୪୨୧ କ୍ୟୁସେକ ଜଳ ନିଷ୍କାସନ ହେଉଛି। ଶିଳ୍ପଗୁଡିକ ୨୫୨ କ୍ୟୁସେକ ଜଳ ନେଉଛନ୍ତି। ରାତି ୪ଟା ସୁଦ୍ଧା ବେଲଗାଁ ଦେଇ ୧,୫୧,୧୦୦, ପାଥର୍ଲା ଦେଇ ୪,୦୪,୦୨୯, ଖଇରମାଳ ଦେଇ ୧୧,୮୧ ହଜାର, ବାରମୁଳା ଦେଇ ୧୨,୦୬,୨୫୦ କ୍ୟୁସେକ ଓ ମୁଣ୍ଡଳୀ ଦେଇ ୧୧,୧୨,୯୬୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତେବେ ଆଉ ଦୁଇଦିନ ପରେ ପୁଣି ଏକ ଲଘୁଚାପ ଆସୁଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ତଳିଆ ଅଞ୍ଚଳ ଲୋକଙ୍କୁ ସତର୍କ କରି ଦିଆଯାଇଛି। ସେହିପରି ଜଳଭଣ୍ଡାର ପକ୍ଷରୁ ସେମାନଙ୍କ କର୍ମଚାରୀଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe