ଥମିଲା ବର୍ଷା, ହୀରାକୁଦକୁ ଜଳ ପ୍ରବେଶ କମିଲା

Advertisment
ଥମିଲା ବର୍ଷା, ହୀରାକୁଦକୁ ଜଳ ପ୍ରବେଶ କମିଲା

The New Indian Express

ସମ୍ବଲପୁର: ମହାନଦୀ ଅବବାହିକାରେ ବର୍ଷା କମିଛି। ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ୧ ମିମିରୁ ବି କମ୍ ରହିଛି। ଫଳରେ ଜଳଭଣ୍ଡାରକୁ ଜଳପ୍ରବେଶ ବି ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ବୁଧବାର ସକାଳ ୯ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୬.୪୭ ଫୁଟ୍‌ ରହିଥିବା ବେ‌ଳେ ୬,୨୪,୨୫୪ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲା। ସେହିପରି ଜଳଭଣ୍ଡାରରୁ ୬,୮୧,୪୩୧ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା। ତେବେ, ରାତି ୯ଟାରେ ଜଳସ୍ତର ୬୨୫.୯୫ ଫୁଟ୍‌କୁ ଖସି ଆସିଥିଲା।

ଜଳଭଣ୍ଡାରକୁ ୫,୩୬,୭୬୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବ‌େଳେ ୬,୭୬,୫୨୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ସେଥିରୁ ୪୦ଟି ଗେଟ୍ ଦେଇ ୬,୪୫,୭୬୦ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୨୮,୦୯୫ କ୍ୟୁସେକ୍ ପାଣି ମହାନଦୀରେ ଛଡ଼ାଯାଇଛି। ଜଳସେଚନ ପାଇଁ କେନାଲଗୁଡ଼ିକରେ ୨,୪୨୧ କ୍ୟୁସେକ୍ ପାଣି ଛଡ଼ାଯାଇଛି। ଜଳଭଣ୍ଡାରର ତଳମୁଣ୍ଡରେ ବେଲଗାଁରେ ୩୯,୪୦୦ କ୍ୟୁସେକ, ପର୍ଥଲାରେ ୧,୩୦,୩୯୭ କ୍ୟୁସେକ୍, ଖଇରମାଲରେ ୯,୩୦,୦୦୦୦ କ୍ୟୁସେକ୍‌, ବରମୂଳରେ ୯,୨୭,୦୦୦ କ୍ୟୁସେକ ଏବଂ ମୁଣ୍ଡଳିରେ ୧୦,୪୧,୯୧୧ କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା। ତେବେ, ଆଗାମୀ ଦିନରେ ପୁଣି ପ୍ରବଳ ବର୍ଷା ହେବାର ପ୍ରାକ୍ ସୂଚନା ପାଣିପାଗ ବିଭାଗ ଦେଇଥିବାରୁ ଗତକାଲି ଭଳି ଆଜି ମଧ୍ୟ ୪୦ଟି ଗେଟ୍ ଖୋଲାଯାଇଥିଲା। ତେବେ, ଆସନ୍ତାକାଲିର ସ୍ଥିତି ନିରୀକ୍ଷଣ ପରେ  ଗେଟ୍‌ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe