ବୈଷୟିକ ତ୍ରୁଟି ପାଇଁ ପୁଣି ଘୁଞ୍ଚିଲା ପୁଲିସ ସବ ଇନ୍ସପେକ୍ଟର ପରୀକ୍ଷା

Advertisment
ଆଇଜିରୁ ସିପାହି ଯାଏ ସବୁ ପାହ୍ୟାରେ ପଦବି ଖାଲି: ଦୁର୍ବଳ ଭିତ୍ତିଭୂମିରେ ରାଜ୍ୟ ପୁଲିସ

Odisha-Police

ଭୁବନେଶ୍ବର: ବୈଷୟିକ ତ୍ରୁଟି ପାଇଁ ପୁଣି ଘୁଞ୍ଚିଲା ପୁଲିସ ସବ ଇନ୍ସପେକ୍ଟର ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ଅଧ୍ୟକ୍ଷ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

ପୁଲିସ ସବ ଇନ୍ସପେକ୍ଟର ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗରେ ସେ ଟୁଇଟ୍ କରି କହିଛନ୍ତି, ଏହା ସଫ୍ଟଓୟାରରେ ତ୍ରୁଟି ‌ପାଇଁ ହୋଇଛି। ପରୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି, ବୈଷୟିକ ତ୍ରୁଟି ପାଇଁ କିଛି ଜାଗାରେ ବିଭ୍ରାଟ ଘଟିଥିବା ସୂଚନା ମିଳିଛି। ପ୍ରଶ୍ନପତ୍ର ଠିକ୍ ଭାବେ ଡାଉନଲୋଡ୍ ହୋଇପାରି ନଥିବା ଯୋଗୁ ସିପିଏସଇ-୨୦୧୮ ପରୀକ୍ଷାରେ ଏଭଳି ସମସ୍ୟା ଉପୁଜିଛି। ତେବେ କୌଣସି ପରୀକ୍ଷାର୍ଥୀଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯିବ ନାହିଁ।

ତେବେ ପରୀକ୍ଷାରେ ଏଭଳି ବିଭ୍ରାଟ ଲାଗି ଅଶାୟୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।
ସୂଚନାଯୋଗ୍ୟ ଯେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଷ୍ଟାଫ୍ ସିଲେକସନ କମିସନ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ପରିଚାଳନା କରି ଆସୁଥିବା ବେଳେ ଏଥର ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ୍ ବୋର୍ଡ ପରୀକ୍ଷା ପରିଚାଳନା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe