ଧରାପଡ଼ିଲା କନିଆଁର ଅସଲ ଚରିତ୍ର, ପ୍ରେମିକା ସାଜିଥିବା ଯୁବକ ହଟହଟା

ଧରାପଡ଼ିଲା କନିଆଁର ଅସଲ ଚରିତ୍ର, ପ୍ରେମିକା ସାଜିଥିବା ଯୁବକ ହଟହଟା

ବାସୁଦେବପୁର: ଫେସ୍‌ବୁକ୍‌ରୁ ସଂପର୍କ। ନିଜକୁ ଯୁବତୀ ବୋଲି ପରିଚୟ ଦେଇ ଜଣେ ଯୁବକ ଅନ୍ୟଜଣେ ଯୁବକଙ୍କୁ ବିବାହ କରିବ‌ାକୁ ଚାହୁଁଥିଲେ। ତେବେ ବିବାହ ଦିନ ଯୁବତୀ ବେଶରେ ଥିବା ସଂପୃକ୍ତ ଯୁବକଙ୍କ ଅସଲ ଚରିତ୍ର ଧରାପଡ଼ିଯାଇଛି। ଫଳରେ ସେ ହଟହଟା ହୋଇଛନ୍ତି। ଏପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ତଥା କାଶିଆ ସାମୁଦ୍ରିକ ଥାନା ଅଧୀନ ବିନୋବା ଭାବେ ନଗରରେ।

କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ମୁରାମନଗର ଥାନା ଅଞ୍ଚଳର ମେଘନାଦ ମଣ୍ତଳ ନିଜକୁ ଯୁବତୀ ଏବଂ ତାଙ୍କ ନାମ ମେଘନା ବୋଲି ପରିଚୟ ଦେଇ ପଡ଼ୋଶୀ ପଶ୍ଚିମବଙ୍ଗ ମେଦିନୀପୁରର ଯୁବକ ଆଲୋକ କୁମାର ମିସ୍ତ୍ରିଙ୍କ ସହ ଫେସ୍‌ବୁକ୍‌ରେ ସମ୍ପର୍କ ଗଢ଼ିଥିଲେ।

ପରେ ସେମାନେ ଜୀବନସାଥୀ ହେବା ନେଇ ନିଷ୍ପତ୍ତି ନେଇଥିଲେ। ନିଜକୁ ମେଘନା କହୁଥିବ‌ା ମେଘନାଦ ଓ ଆଲୋକ ଗତ ୨୫ ତାରିଖ ଚଣ୍ତିଖୋଲରେ ଭେଟାଭେଟି ହୋଇଥିଲେ। ପରେ ସେମାନେ ଭଦ୍ରକ ଜିଲ୍ଲା ବାସୁଦେବପୁର କଶିଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବିନୋବା ଭାବେ ନଗରରେ ରହୁଥିବା ଆଲୋକଙ୍କ ଜଣେ ବନ୍ଧୁ ଘରକୁ ଯାଇଥିଲେ। ୨୬ ତାରିଖ ଦିନ ବିବାହ ହେବାର ଥିଲା। ତେବେ ପରଦିନ ସକାଳେ ସ୍ଥାନୀୟ ଜଣେ ଲୋକ ମେଘନା ମେଘନାଦ ବୋଲି ଜାଣି ପାରିଥିଲେ। ଫଳରେ ସେ ସବୁ କଥା ଆଲୋକ ଓ ତାଙ୍କ ବନ୍ଧୁଙ୍କୁ କହିଥିଲେ। ଏହା ପରେ ଗ୍ରାମବାସୀ ମେଘନା ସାଜିଥିବା ମେଘନାଦଙ୍କ ଚୁଟି କାଟି ଅପମାନିତ କରିଥିଲେ। ଏନେଇ ଖବର ପାଇବା ପରେ ଗାଁରେ ପୁଲିସ ପହଞ୍ଚି ମେଘନାଦଙ୍କୁ ଉଦ୍ଧାର କରିଥିଲା। ତେବେ ଶେଷ ଖବର ଅନୁସାରେ ପୁଲିସ ତାଙ୍କୁ ତାଙ୍କ ଘରକୁ ସୁରକ୍ଷିତ ପଠାଇ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe