ବନୀକରଣର ଅସଲ ଚିତ୍ର: ଖର୍ଚ୍ଚ ୨୦ ଲକ୍ଷ, ବଞ୍ଚିଲାନି ଗୋଟିଏ ଗଛ

Advertisment

ପରିବେଶ ସୁରକ୍ଷା ନିମନ୍ତେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ସରକାର ବନୀକରଣ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଅନୁଗୁଳ ଜିଲ୍ଲାରେ ସରକାରଙ୍କ ବନୀକରଣ ଯୋଜନା ସମ୍ପୂର୍ଣ୍ଣ ବିଫଳ ହୋଇଛି।

ପରିବେଶ ସୁରକ୍ଷା ନିମନ୍ତେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ସରକାର ବନୀକରଣ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଅନୁଗୁଳ ଜିଲ୍ଲାରେ ସରକାରଙ୍କ ବନୀକରଣ ଯୋଜନା ସମ୍ପୂର୍ଣ୍ଣ ବିଫଳ ହୋଇଛି।

ddfcvxvf

କଣିହାଁ: ପରିବେଶ ସୁରକ୍ଷା ନିମନ୍ତେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ସରକାର ବନୀକରଣ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଅନୁଗୁଳ ଜିଲ୍ଲାରେ ସରକାରଙ୍କ ବନୀକରଣ ଯୋଜନା ସମ୍ପୂର୍ଣ୍ଣ ବିଫଳ ହୋଇଛି। ଖଣି, ଖାଦାନ ପାଇଁ ଅନୁଗୁଳ ଜିଲ୍ଲାରେ ପ୍ରତିବର୍ଷ ଗଛ କଟାଯାଉଛି। ମୂଲ୍ୟବାନ ଗଛ ନଷ୍ଟ ହେଉଛି। ତେବେ ଏହା ବଦଳରେ ନୂତନ ଜଙ୍ଗଲ ସୃଷ୍ଟି କରାଯାଉନାହିଁ। ନାମକୁ ମାତ୍ର ବୃକ୍ଷରୋପଣ କରାଯାଉଛି। ହେଲେ ହଜାର ହଜାର ହେକ୍ଟର ଜାଗାରେ ବୃକ୍ଷରୋପଣ କରାଯାଉଥିବା ପ୍ରଶାସନ କହୁଥିଲେ ବି ବାସ୍ତବ କ୍ଷେତ୍ରରେ ଏହା କେବଳ ପ୍ରହସନ ଛଡ଼ା କିଛି ‌ନୁହେଁ ବୋଲି ଜଣାପଡ଼ିଛି।

କଣିହାଁ ବ୍ଲକ୍‌ ବାଲିପଶି ପଞ୍ଚାୟତ କାଳିଆଦମା ଗାଁରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷରେ ଦୁଇଟି ପର୍ଯ୍ୟାୟରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ବୃକ୍ଷରୋପଣ କରାଯାଇଥିଲା। ପଡ଼ିଆ ଚାରିପଟେ ବାଡ଼ ‌ଦିଆଯାଇଥିଲା। ହେଲେ ରକ୍ଷଣାବେକ୍ଷଣ ହେଲାନାହିଁ। ଯାହାଫଳରେ ବର୍ତ୍ତମାନ ବୃକ୍ଷରୋପଣ ହୋଇଥିବା ସ୍ଥାନରେ ଗୋଟିଏ ହେଲେ ଗଛ ବଞ୍ଚି ନଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବୃକ୍ଷରୋପଣ ପରେ ସେଠ‌ାରେ ନିଆଁ ଲଗାଇ ଦିଆଯାଇଥିଲା। କେଉଁମାନେ ନିଆଁ ଲଗାଇଥିଲେ ତଦନ୍ତ ହେବା ଦରକାର ବୋଲି ସେମାନେ କହିଛନ୍ତି।

ହେଲେ ବିଭାଗ ପକ୍ଷରୁ ଏ ନେଇ କାରଣ ଖୋଜା ଯାଇନଥିବା ଜଣାପଡ଼ିଛି। ବୃକ୍ଷରୋପଣରେ ପ୍ରକୃତରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। କିଛି ଅର୍ଥ ଖର୍ଚ୍ଚ କରି ବାକିତକ ଟଙ୍କାକୁ ଆତ୍ମସାତ କରାଯାଇଥିବା ବିଭିନ୍ନ ମହଲରୁ ଅଭିଯୋଗ ହେଉଛି। ଏ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ଦାବି ହେଉଥିଲେ ବି ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇବା ଉଦ୍ଦେଶ୍ୟ ରଖି ପ୍ରଶାସନ ଏ ସମ୍ପର୍କରେ ଚୁପ୍‌ ରହୁଥିବା ଅଭିଯୋଗ ହେଉଛି। ବୃକ୍ଷରୋପଣ ନାଁରେ ହୋଇଥିବା ଦୁର୍ନୀତିର ନିରପେକ୍ଷ ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି। ଏ ନେଇ ମୁଖ୍ୟମନ୍ତ୍ରୀ, ପରିବେଶ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe