ସିବିଏସ୍‌ଇ ଦଶମ ପରୀକ୍ଷା ଫଳ ଆଜି

Advertisment
ସିବିଏସ୍‌ଇ ଦଶମ ପରୀକ୍ଷା ଫଳ ଆଜି

newsx.com

ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଅଧୀନରେ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଫଳ ଆସନ୍ତାକାଲି (୧୫ ତାରିଖ) ପ୍ରକାଶ ପାଇବ। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ର‌ମେଶ ପୋଖରିଆଲ୍‌ ନିଶଙ୍କ ଆଜି ଟୁଇଟ୍‌ ମାଧ୍ୟମରେ ସୂଚନା ଦେବା ସହ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବାହ୍ନରେ ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ‘cbseresults.nic.in’ ମାଧ୍ୟମରେ ସେମାନଙ୍କ ପରୀକ୍ଷା ଫଳ ଜାଣିପାରିବେ। ଏଥିସହ ଡିଜିଲକର୍‌ ମୋବାଇଲ୍‌ ଆପ୍‌ ମାଧ୍ୟମରେ ବି ପରୀକ୍ଷାର୍ଥୀ ଜାଣିପାରିବେ। ପରୀକ୍ଷାର୍ଥୀଙ୍କ ଦ୍ବାରା ପଞ୍ଜିକୃତ ହୋଇଥିବା ମୋବାଇଲ୍‌ ନମ୍ବରରେ ବି ସିବିଏସ୍‌ଇ ପକ୍ଷରୁ ସୂଚନା ଦିଆଯିବ। ଦ୍ବାଦଶ ପରି ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ‌ବେଳେ ମେରିଟ୍‌ ଲିଷ୍ଟ ବାହାରିବ ନାହିଁ। ଜୋନ୍‌ସ୍ତରରେ ବି ଟପର୍‌ ତାଲିକା ପ୍ରକାଶ କରାଯିବ ନାହିଁ। କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ ଚଳିତଥର ସାରା ଦେଶରେ ୧୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଛନ୍ତି। ସେଥିମଧ୍ୟରୁ ଭୁବ‌ନେଶ୍ବର ଜୋନ୍‌ରେ ୮୦ ହଜାରରୁ ଅଧିକ ପିଲା ରହିଛନ୍ତି। କେବଳ ଓଡ଼ିଶାରୁ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe