ପ୍ରକାଶ ପାଇଲା ଆଇସିଏସଇ, ଆଇଏସ୍‌ସି ପରୀକ୍ଷା ଫଳ

Advertisment

ଦଶମରେ ୯୯.୯୮%, ଦ୍ବାଦଶରେ ୯୯.୮୩% ପାସ୍

ଦଶମରେ ୯୯.୯୮%, ଦ୍ବାଦଶରେ ୯୯.୮୩% ପାସ୍

ପ୍ରକାଶ ପାଇଲା ଆଇସିଏସଇ, ଆଇଏସ୍‌ସି ପରୀକ୍ଷା ଫଳ

ଭୁବନେଶ୍ବର : ଶନିବାର ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ବାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି। ଆଇସିଏସ୍‌ଇ ଦଶମ ପାସ୍‌ହାର ୯୯.୯୮% ଏବଂ ଆଇଏସ୍‌ସି ଦ୍ବାଦଶ ପାସ୍‌ହାର ୯୯.୮୩% ହୋଇଛି । ଦ୍ବାଦଶରେ ଛାତ୍ରୀମାନେ ବାଜିମାତ୍‌ କରିଥିବା ବେଳେ ଦଶମରେ ଛାତ୍ର ଓ ଛାତ୍ରୀ ପରସ୍ପରକୁ କଡ଼ା ଟକ୍କର ଦେଇଛନ୍ତି।

ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଦଶମ ଓ ଦ୍ବାଦଶ ପରୀକ୍ଷା ହୋଇପାରି ନଥିବା ବେଳେ ପୂର୍ବ ପରୀକ୍ଷା ଆଧାରରେ ପିଲାମାନଙ୍କୁ ନମ୍ବର ପ୍ରଦାନ କରାଯିବ ବୋଲି ପୂର୍ବରୁ ‌ଘୋଷଣା ହୋଇଥିଲା। ତେଣୁ ବୋର୍ଡ ପରୀକ୍ଷା ଦେଇ ନ ଥିଲେ ମଧ୍ୟ କାହାକୁ କେତେ ମାର୍କ ମିଳୁଛି ତାହା ଜାଣିବା ଲାଗି ‌ପିଲାମାନଙ୍କ ମଧ୍ୟରେ ଉତ୍କଣ୍ଠା ରହିଥିଲା। ଶେଷରେ ଅପରାହ୍ନ ୩ଟାରେ ପରୀକ୍ଷା ଫଳ ଘୋଷଣା ହୋଇଥିଲା। ଚଳିତ ବର୍ଷ ଓଡ଼ିଶାରୁ ଆଇସିଏସ୍ଇ ଦଶମରେ ସମୁଦାୟ ୮୯୩୫ ପରୀକ୍ଷାର୍ଥୀ ଥିଲେ। ଏଥିରୁ ୪୮୬୬ ଛାତ୍ର ଓ ୪୦୬୭ ଛାତ୍ରୀ ଥିବାବେଳେ ଅନୁସୂଚିତ ଜାତିର ୫୬୬, ଅନୁସୂଚିତ ଜନଜାତିର ୯୦୯ ଏବଂ ପଛୁଆ ବର୍ଗର ୧୩୫୮ ପରୀକ୍ଷାର୍ଥୀ ରହିଥିଲେ। ଏମାନଙ୍କ ମଧ୍ୟରୁ କେବଳ ୨ଜଣ ଅକୃତକାର୍ଯ୍ୟ ହୋଇଛନ୍ତି। ସେହିଭଳି ଆଇଏସ୍‌ସି ଦ୍ୱାଦଶ ଶ୍ରେଣୀରେ ୧୮୧୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୪୪ ଛାତ୍ର ଓ ୮୬୬ ଛାତ୍ରୀ ରହିଥିବା ବେଳେ ଅନୁସୂଚିତ ଜାତିର ୧୦୫ , ଅନୁସୂଚିତ ଜନଜାତିର ୩୩୮ , ପଛୁଆ ବର୍ଗର ୧୮୩ ଜଣ ରହିଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ୩ ଜଣ ଫେଲ୍‌ ହୋଇଛନ୍ତି। ଆଇସିଏସ୍ଇ ଏବଂ ଆଇଏସ୍‌ଇ ୱେବ୍‌ସାଇଟ୍‌ cisce.org ଏବଂ results.cisce.org .ରେ ଛାତ୍ରଛାତ୍ରୀ ସେମାନଙ୍କ ପରୀକ୍ଷାଫଳ ଦେଖିପାରିବେ। ମୋବାଇଲ୍‌ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମଧ୍ୟ ପରୀକ୍ଷାଫଳ ମିଳିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe