ନୂଆପଡ଼ା: ନୂଆପଡ଼ା ଜିଲ୍ଲା ରାଜସ୍ବ ବିଭାଗରେ କାର୍ଯ୍ୟରତ ରାଜସ୍ବ ସ୍ବତନ୍ତ୍ର ଅଧିକାରୀ (ଓଏସ୍ଡି) ନରେନ୍ଦ୍ର ଚନ୍ଦ୍ରକାର ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁସାରେ, ଜଣେ ବ୍ୟକ୍ତି ତାଙ୍କ ପିତାଙ୍କ ସେଟଲମେଣ୍ଟ ରିଭିଜନ୍ ଫାଇଲ୍ ପ୍ରକ୍ରିୟା ପାଇଁ ଆବେଦନ କରିଥିଲେ। ଏଥିପାଇଁ ଶ୍ରୀ ଚନ୍ଦ୍ରକାର ୪୬ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହାକୁ ନେଇ ଉକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ଦ୍ବାରସ୍ଥ ହୋଇଥିଲେ। ଗୁରୁବାର ସନ୍ଧ୍ୟାରେ ଅଭିଯୋଗକାରୀ ପ୍ରଥମ କିସ୍ତି ୩୦ ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ନୂଆପଡ଼ା ଜିଲ୍ଲାପାଳ ଅଫିସ୍ ପରିସରସ୍ଥ ରାଜସ୍ବ ବିଭାଗ ଅଫିସ୍ରେ ଚଢ଼ଉ କରିଥିଲେ। ଶ୍ରୀ ଚନ୍ଦ୍ରକାରଙ୍କଠାରୁ ୩୦ ହଜାର ଟଙ୍କା ଜବତ କରିଥିଲେ। ପରେ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ଚନ୍ଦ୍ରକାରଙ୍କୁ ନେଇ ଖରିଆର ରୋଡ୍ରେ ଥିବା ତାଙ୍କ ଘରେ ମଧ୍ୟ ଚଢ଼ଉ କରିଥିଲେ। ଏହି ଚଢ଼ଉରେ କୋରାପୁଟ ଭିଜିଲାନ୍ସ ଟିମ୍ ସହ ନୂଆପଡ଼ା ଭିଜିଲାନ୍ସ ଡିଏସ୍ପି ଦୀନବନ୍ଧୁ ବେହେରା ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ଭିଜିଲାନ୍ସ ବିଭାଗ ୨ଟି ସ୍ଥାନରେ ଚଢ଼ଉ କରି ପଚରାଉଚୁରା କରୁଥିବା ଜଣାପଡ଼ିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us