Advertisment

୨୦୨୧ ଜାନୁଆରି ୧୫ରେ ପ୍ରକାଶ ପାଇବ ସଂଶୋଧିତ ଭୋଟର ତାଲିକା

Advertisment

ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପାଇଁ ଜିଲ୍ଲାପାଳଙ୍କ ସହ ସିଇଓଙ୍କ ଆଲୋଚନା

ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପାଇଁ ଜିଲ୍ଲାପାଳଙ୍କ ସହ ସିଇଓଙ୍କ ଆଲୋଚନା

ଚାଲିଛି ଭୋଟର ତାଲିକା ସଂଶୋଧନ କ୍ୟାମ୍ପେନ: ଏଭଳି ଯୋଡିପାରିବେ ନିଜ ନାମ

teckall

ଭୁବନେଶ୍ବର: ଆସନ୍ତା ଜାନୁଆରି ପହିଲା ସୁଦ୍ଧା ଯେଉଁମାନଙ୍କୁ ୧୮ ବର୍ଷ ବୟସ ହୋଇଥିବ ସେମାନେ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିପାରିବେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ପାଇଁ ଆଜି ଭିଡିଓ କନଫରେନ୍‌ସିଂ ଜରିଆରେ ସମସ୍ତ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟର ସବୁ ଭୋଟଗ୍ରହଣ କେନ୍ଦ୍ର, ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟାଳୟ, ସମସ୍ତ ତହସିଲ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚଳିତମାସ ୧୬ ତାରିଖ ଦିନ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି।

ଏହି ଭୋଟର ତାଲିକା ସଂଶୋଧନ ପାଇଁ ବୁଥ ଲେବଲ୍‌ ଅଧିକାରୀ ବା ବି.ଏଲ୍‌.ଓଙ୍କ ଠାରୁ ଫର୍ମ-୬ ମାଧ୍ୟମରେ ଆବେଦନ କରିହେବ। ଏହାବ୍ୟତୀତ ଚିଠା ଭୋଟର ତାଲିକାରେ ଭୋଟର ପରିଚୟ ପତ୍ର ସମେତ ଯେ କୌଣସି ପ୍ରକାର ତ୍ରୁଟି ଥାଏ, ତାହେଲେ ସଂଶୋଧନ ପାଇଁ ଫର୍ମ ନମ୍ବର-୮ ଓ ଭୋଟର ତାଲିକାରୁ ନାମ ବାଦ ଦେବା ନିମନ୍ତେ ଫର୍ମ ନମ୍ବର-୭ରେ ଆବେଦନ କରାଯାଇପାରିବ। ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ନିମନ୍ତେ ରାଜ୍ୟର ସବୁ ଭୋଟରମାନଙ୍କ ମଧ୍ୟରେ ବିଶେଷ କରି ନୂତନ ଭୋଟରମାନଙ୍କ ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ୪ଟି ସ୍ବତନ୍ତ୍ର ଅଭିଯାନ ଦିବସ ଯଥା ଚଳିତ ମାସ ୨୮ ଓ ୨୯ ଏବଂ ଆସନ୍ତା ଡିସେମ୍ବର ୫ ଓ ୬ ତାରିଖକୁ ସ୍ଥିର କରାଯାଇଛି। ଏହି ଦିନମାନଙ୍କରେ ପ୍ରତି ଭୋଟ ଗ୍ରହଣ କେନ୍ଦ୍ରରେ ବି.ଏଲ୍‌.ଓ ଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବେ।

ଭୋଟର ତାଲିକା ସଂଶୋଧନ ନିମନ୍ତେ ଭୋଟରମାନେ ମଧ୍ୟ ନିର୍ବାଚନ କମିସନଙ୍କ ଓ୍ବେବ୍‌ ସାଇଟ୍‌ www.nvsp.in କିମ୍ବା 'voterhelpline'କୁ ଲଗ୍‌ଇନ୍‌ କରି ନିଜ ନାମ ଯାଞ୍ଚ କରିବା ସହ ଫର୍ମ ଡାଉନ୍‌ଲୋଡ଼୍‌ କରି ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ପାଖରେ ଆବେଦନ କରିପାରିବେ। ୨୦୨୧ ଜାନୁଆରି ୫ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇ ତାହାର ସମାଧାନ କରାଯିବ। ଜାନୁଆରି ୧୫ ତାରିଖରେ ସଂଶୋଧିତ ଭୋଟର ତାଲିକା ସବୁ ଭୋଟ ଗ୍ରହଣ କେନ୍ଦ୍ର, ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ତହସିଲ କାର୍ଯ୍ୟାଳୟ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇବ। ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ନିୟୋଜିତ ଅଧିକାରୀମାନଙ୍କ ବଦଳି ଏହି ସଂଶୋଧନ ପ୍ରକ୍ରିୟା ଚାଲୁଥିବା ସମୟରେ କରାଯାଇପାରିବ ନାହିଁ ବୋଲି ସିଇଓ ବୈଠକରେ ପ୍ରକାଶ କରିଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଘମିତ୍ରା ଶତପଥୀ, ଶତ୍ରୁଘ୍ନ କର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ସଫ୍ଟଓ୍ବେର୍‌ ଇଞ୍ଜିନିୟର ଇଦ୍ରିଶ ଖାନ୍‌, ଅନୁଶାସନ ସଚିବ ବିନୟ କୁମାର ସାହୁ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe