ବୀମା କଂପାନିର ମନମୁଖି କାରବାର ପ୍ରତିବାଦରେ ରାସ୍ତାରୋକ ଆନ୍ଦୋଳନ ୨୬ରେ

Advertisment
ବୀମା କଂପାନିର ମନମୁଖି କାରବାର ପ୍ରତିବାଦରେ ରାସ୍ତାରୋକ ଆନ୍ଦୋଳନ ୨୬ରେ

YouTube

ସୋହେଲା: ଚାଷୀଙ୍କ ଫସଲବୀମା ପାଇଁ ବୀମା କଂପାନିର ମନମୁଖି କାରବାର ଓ ଟାଳଟୁଳ ନୀତିକୁ ନେଇ ଅଂଚଳର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବୀମା କଂପାନିର ଏପରି କାରବାରକୁ ସୋହେଲା ବ୍ଲକ୍‌ କୃଷକ ବିକାଶ ମଂଚ ତରଫରୁ ତୀବ୍ର ବିରୋଧ ପ୍ରକାଶ ପାଇଛି। ବୀମା କଂପାନି ବ୍ଲକ୍‌ର ବହୁ ଚାଷୀଙ୍କ ଦରଖାସ୍ତକୁ ବିଭିନ୍ନ ଆଳ ଦେଖାଇ ନାକଚ କରି ଦେଇଛନ୍ତି। ନାକଚ କରିଥିବା ସମସ୍ତ ପ୍ରସ୍ତାବକୁ ପୁନଃ ଗ୍ରହଣ କରିବା ପାଇଁ ସଂଗଠନ ପକ୍ଷରୁ ବୀମା କଂପାନି ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଇଥିଲା।

କିନ୍ତୁ ବୀମା କଂପାନି ଚାଷୀଙ୍କ ଦାବିକୁ ଅଣଦେଖା କରିବା ପ୍ରତିବାଦରେ ଚାଷୀମାନେ ଆସନ୍ତା ୨୬ ତାରିଖ ଶୁକ୍ରବାର ସକାଳ ୭ଟାରୁ ରାସ୍ତାରୋକ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସୋହେଲା କୃଷକ ବିକାଶ ମଂଚର ଆହ୍ୱାନରେ ହେବାକୁ ଥିବା ରାସ୍ତାରୋକ ଆନ୍ଦୋଳନ ପାଇଁ ଆଜି ମାଇକ ଯୋଗେ ପ୍ରଚାର କରାଯାଇଥିଲା। ଜରୁରୀକାଳୀନ ସେବା, ଡାକ୍ତରଖାନା ଯାଉଥିବା ରୋଗୀ, ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିବା ବାହନ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଯାନବାହନକୁ ଆନ୍ଦୋଳନରୁ ବାଦ ଦିଆଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe