ଘଣ୍ଟାପଡା: ନକଲି ଟଙ୍କା ଦେଇ ମେଣ୍ଢା କିଣି ନେଲେ ଦୁର୍ବୃତ୍ତ

ଘଣ୍ଟାପଡା: ନକଲି ଟଙ୍କା ଦେଇ ମେଣ୍ଢା କିଣି ନେଲେ ଦୁର୍ବୃତ୍ତ

Live Science

ଘଣ୍ଟାପଡ଼ା : ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ମସିଣାଗୋର ଗ୍ରାମରେ ମଙ୍ଗଳବାର ଜଣେ ଚାଷୀଙ୍କୁ ନକଲି ଟଙ୍କା ଦେଇ ମେଣ୍ଢା ନେଇଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାନୁସାରେ ମସିଣାଗୋରା ଗ୍ରାମର ପୁଟଲ କଲତା ମେଣ୍ଢା ବିକ୍ରି କରିବାକୁ ଆମ୍ବଗାଁ ସାପ୍ତାହିକ ହାଟକୁ ଯାଉଥିଲେ। ଲଣ୍ଡାବାହାଲ ନିକଟରେ ଦୁଇ ଜଣ ବ୍ୟକ୍ତି ଏକ ମଟରସାଇକଲ୍‌ରେ ଆସି ତାଙ୍କୁ ଅଟକାଇବା ସହ ମେଣ୍ଢା କିଣିବା ପାଇଁ ମୂଲଚାଲ କରିଥିଲେ। ୧୨ ହଜାର ୫୦୦ ଟଙ୍କାରେ ମୂଲଚାଲ ହେବା ପରେ ଦୁଇ ବ୍ୟକ୍ତି ପୁଟଲଙ୍କୁ ୨୫ଟି ୫୦୦ ଟଙ୍କିଆ ନୋଟ୍‌ ଦେବା ସହ ମେଣ୍ଢା ନେଇ ଚାଲି ଯାଇଥିଲେ। ପୁଟଲ କଲତା ଘରକୁ ଆସି ଟଙ୍କା ଯାଞ୍ଚ କରିବା ସମୟରେ ସେଥିରୁ ୨୪ଟି ୫୦୦ ଟଙ୍କିଆ ନୋଟ୍‌ ନକଲି ଥିବା ଜାଣିବାକୁ ପାଇଥିଲେ। ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ପୁଲିସ ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe