ଟଙ୍କା ବ୍ୟାଗ୍‌ ଝାମ୍ପି ନେଲେ ଦୁର୍ବୃତ୍ତ

Advertisment
ଲୁଟେରାଙ୍କ ଟାର୍ଗେଟରେ ପୂଜା ମଣ୍ଡପ: ଦିନକରେ ୫୦ରୁ ଅଧିକ ଲୁଟ୍‌

(Representational immage) )Times of India

ବଳଦିଆମାଲ: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବଦଳିଆମାଲ ନିକଟରେ ଜଣେ ବ୍ୟକ୍ତିଙ୍କଠାରୁ ୨ ଜଣ ଦୁର୍ବୃତ୍ତ ଟଙ୍କା ବ୍ୟାଗ୍‌ ଛଡ଼ାଇ ନେଇ ଫେରାର୍‌ ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି।

ସୂଚନାନୁସାରେ ଜୁନାଗଡ଼ ଥାନା ଅନ୍ତର୍ଲା ଗ୍ରାମର ହେମନ୍ତ ପାଢ଼ୀ ସୋମବାର ଦିନ ଗୋଟାଏରେ ଜୁନାଗଡ଼ ଷ୍ଟେଟ୍‌ ବ୍ୟାଙ୍କରୁ ୨ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ବାଇକ୍‌ରେ ଯାଉଥିବା ବେଳେ ବଳଦିଆମାଲ୍‌ ନିକଟରେ ସଉଦା କରିବା ପାଇଁ ଅଟକିଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ଏକ କଳା ପଲସ୍‌ରେ ଆସି ତାଙ୍କୁଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଛଡ଼ାଇ ନେଇ ଫେରାର୍‌ ହୋଇଯାଇଥିଲେ। ଏ ନେଇ ଶ୍ରୀ ପାଢ଼ୀ ଜୁନାଗଡ଼ ଥାନାକୁ ଆସି ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଏଏସ୍‌ଆଇ ନିତ୍ୟାନନ୍ଦ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe