ଆରଡବ୍ଲୁଏସ୍‌ଏସ୍‌ ଦୁର୍ନୀତିର ଶୁଣାଣି ଆଜି: ଶତାଧିକ ଜଳପ୍ରକଳ୍ପ ଅଧାରେ ଛାଡ଼ିଦେଇଛନ୍ତି

୨.୫୮କୋଟି ଟଙ୍କାର ପ୍ରକଳ୍ପ, ପାଇପ୍‌ରେ କାମ ହେବ

କ୍ରାଇମବ୍ରାଞ୍ଚକୁ ବଡ଼ ଝଟ୍‌କା: ଚୌଦ୍ବାର ଜେଲ୍ ଆସିବାକୁ ନିମହାଂସ୍‌ର ନା

Freepik

ଯାଜପୁର: ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ନାମରେ ଆରଡବ୍ଲୁଏସ୍‌ଏସ୍‌ ଡିଭିଜନ୍(ଚଣ୍ଡିଖୋଲ)ରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବାନେଇ ଅଭିଯୋଗ ରହିଛି। ଆଜି ଲୋକାୟୁକ୍ତଙ୍କ ନିକଟ‌ରେ ଏ ସମ୍ପର୍କିତ ମାମଲାର ଶୁଣାଣି ହେବ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ କମାଗଡ଼ ପଞ୍ଚାୟତର ଭରତପୁର ଓ ଗେଙ୍ଗୁଟିଆ ପ୍ରକଳ୍ପକୁ ନେଇ ଲୋକାୟୁକ୍ତରେ ହୋଇଥିବା ମାମଲାରେ ଜବାବ ରଖିବାପାଇଁ ଆରଡବ୍ଲୁଏସ୍‌ଏସ୍‌ ଅଧିକାରୀଙ୍କୁ ଆସନ୍ତାକାଲି ପାଇଁ ସମୟ ଦିଆଯାଇଥିଲା। ତେବେ, ଲୋକାୟୁକ୍ତରେ ଜବାବ ଦେବା ବଦଳରେ ବିଭାଗୀୟ ଅଧିକାରୀ ଅଧିକ ସମୟ ମହଲତ ନେବାକୁ ଯୋଜନା କରୁଥିବା ଜଣାପଡ଼ିଛି।

ଜିଲ୍ଲାରେ ଶତାଧିକ ପାନୀୟ ଜଳ ପ୍ରକଳ୍ପ ଅଧାପନ୍ତରିଆ ଭାବେ ଛାଡ଼ି ଅସାଧୁ ମେଣ୍ଟ କୋଟି କୋଟି ଟଙ୍କା ଚଳୁ କରି ନେଇଛନ୍ତି। ଯାହାର ଆଉ ଏକ ନମୁନା କୋରେଇ ବ୍ଲକ୍‌ ରଣପୁରରେ ଦେଖିବାକୁ ମିଳିଛି। ରଣପୁରରେ ଜଳ ଜୀବନ ମିସନରେ ୨ବର୍ଷ ତଳେ ୨୦୧୯-୨୦ ଆର୍ଥିକ ବର୍ଷରେ ୨କୋଟି ୫୮ଲକ୍ଷ ୧୮ହଜାର ଟଙ୍କା ବ୍ୟୟ ଅଟକଳରେ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ କରି ଠିକାଦାର ଓ ଯନ୍ତ୍ରୀ ଛୁ ମାରିଥିଲେ। ଏବେ ଧରପଗଡ଼ ଆରମ୍ଭ ହୋଇଥିବାରୁ ପୁରୁଣା ପାଇପ ଆଣି କାମ ଆରମ୍ଭ କରିବାକୁ ଯୋଜନା କରୁଥିବା ଗତକାଲି ଦେଖିବାକୁ ମିଳିଛି। ଏହି ପୁରୁଣା ପାଇପ ଆସିଲା କେଉଁଠୁ? ୨ବର୍ଷ ହେଲା ପ୍ରକଳ୍ପକୁ କାହିଁକି ଅଧା କରି ପକାଇ ରଖାଯାଇଥିଲା? ଏହି ବାବଦରେ କେତେ ଟଙ୍କା ରନିଂ ବିଲ୍ କରି ହଡ଼ପ କରାଯାଇଛି? ଏହିଭଳି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଅସାଧୁ ମେଣ୍ଟ ତଥା ଅଧିକାରୀ ହରଡ଼ଘଣାରେ ପଡ଼ିଛନ୍ତି। ତେବେ, ଅସାଧୁ ମେଣ୍ଟ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ‌ନହେବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe