ବିଧାୟକଙ୍କ ଦରମା ବଢ଼ିବ

Advertisment
ପାରିତ ହେଲା ବ୍ୟୟମଞ୍ଜୁରି ବିଲ୍: ୬ ଦିନ ଆଗରୁ ବଜେଟ୍‌ ଅଧିବେଶନ ଶେଷ

Telegraph India

ଭୁବନେଶ୍ବର : ବିଧାୟକଙ୍କ ଦରମା ବଢ଼ିବ। ବିଧାନସଭା ଉପେଦଷ୍ଟା କମିଟି ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଖୁବ୍‌ଶୀଘ୍ର ଉପଦେଷ୍ଟା କମିଟି ପକ୍ଷରୁ ଏହି ପ୍ରସ୍ତାବ ବାଚସ୍ପତିଙ୍କୁ ଦିଆଯିବ। ପ୍ରସ୍ତାବ ଉପରେରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଏହା ପୂର୍ବରୁ ବିଧାନସଭା ଅଧିବେଶନରେ ବିଧାୟକଙ୍କ ଦରମା ବୃଦ୍ଧି ନେଇ ଦଳମତ ନିର୍ବିଶେଷରେ ମତ ପ୍ରକାଶ ପାଇଥିଲା। ସେହି ଆଧାରରେ ଉପଦେଷ୍ଟା କମିଟି ଆଲୋଚନା କରିବା ସହ ଏଭଳି ନିଷ୍ପତ୍ତି ନେଇଛି।

ଏହି ପ୍ରସ୍ତାବ ସହ ପୂର୍ବତନ ବିଧାୟକଙ୍କୁ ମିଳୁଥିବା ପେନସନ୍‌ ଓ ଚିକିତ୍ସା ଖର୍ଚ୍ଚ ବୃଦ୍ଧି କରିବା ପାଇଁ ମଧ୍ୟ ଆଲୋଚନା ହୋଇଛି। ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ସୂଚନା ମୁତାବକ, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବିଧାୟକଙ୍କ ଦରମା କମ୍‌ ରହିଛି। ଏଠାରେ ସମସ୍ତ ଖର୍ଚ୍ଚ ବାବଦକୁ ବିଧାୟକଙ୍କୁ ମାସିକ ୯୮ହଜାର ଟଙ୍କା ମିଳୁଥିବା ବେଳେ ଅନ୍ୟ ରାଜ୍ୟରେ ଏହାର ପରିମାଣ ୨ ଲକ୍ଷରୁ ଅଧିକ ରହିଛି। ତେବେ ଏଠାରେ କେତେ ବଢ଼ିବ, ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe