ଆଜି ମାଟ୍ରିକ ପରୀକ୍ଷା ଫଳ: ‘ସମ୍ବାଦ’ ପରିବାରର ହେଲ୍‌ପ ଲାଇନ୍‌

Advertisment
ଆଜି ମାଟ୍ରିକ ପରୀକ୍ଷା ଫଳ: ‘ସମ୍ବାଦ’ ପରିବାରର ହେଲ୍‌ପ ଲାଇନ୍‌

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ, ରାଜ୍ୟମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ଓ ମଧ୍ୟମା(ସଂସ୍କୃତ) ପରୀକ୍ଷା ଫଳ ଆସନ୍ତାକାଲି (ବୁଧବାର) ପ୍ରକାଶ ପାଇବ। ଅପରାହ୍‌ଣ ୧ଟାରେ ଫଳ ପ୍ରକାଶ ପାଇବା ପରେ ପରୀକ୍ଷାର୍ଥୀ ୨ଟା ପରେ ‘www.bseodisha.ac.in’ ଓ ‘www.bseodisha.nic.in’ ୱେବସାଇଟ୍‌ ମାଧ୍ୟମରେ ସେମାନଙ୍କ ରେଜଲ୍ଟ ଜାଣିପାରିବେ।

ଚଳିତ ମାଟ୍ରିକ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ‘ସମ୍ବାଦ’ ପରିବାର ତରଫରୁ ଅଭିନନ୍ଦନ ଜଣାଉଛୁ। ଇଣ୍ଟରନେଟ୍‌ ମାଧ୍ୟମରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଉଛି। ମାତ୍ର ଅନେକ ଅଞ୍ଚଳରେ ଇଣ୍ଟରନେଟ୍‌ର ସୁବିଧା ନ ଥିବାରୁ ଫଳ ଜାଣିବାରେ ସମସ୍ୟା ଉପୁଜିପାରେ। ଏହାକୁ ଉପଲବ୍ଧି କରି KMBB Science Higher Secondary School ସହଯୋଗରେ ‘ସମ୍ବାଦ ପରିବାର’ ପକ୍ଷରୁ ହେଲ୍‌ପଲାଇନର ସୁବିଧା କରାଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ ନିମ୍ନୋକ୍ତ ଟେଲିଫୋନ୍‌ ନମ୍ବରରେ ଯୋଗାଯୋଗ କରି ଫଳାଫଳ ସମ୍ପର୍କରେ ସୂଚନା ପାଇପାରିବେ। ଟେଲିଫୋନ ନମ୍ବରଗୁଡିକ ହେଲା ୭୩୨୮୮୨୦୩୪୧, ୭୩୨୮୮୨୦୩୪୦, ୯୭୭୬୩୮୩୦୫୪, ୮୨୪୯୬୩୦୬୪୨, ୭୯୭୮୬୧୭୨୪୩।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe