The sand mafia: ସୋନନଦୀ‌ ପେଟରେ ରାସ୍ତା କରିଛନ୍ତି ବାଲିମାଫିଆ

ସହଜରେ ବାଲି ଉତ୍ତୋଳନ ପାଇଁ ସୋନନଦୀରେ ରାସ୍ତା ତିଆରି କରିଛନ୍ତି ବାଲିମାଫିଆ। ବାଲେଶ୍ବର ଜିଲ୍ଲାର ନୀଳଗିରି ଓ ରେମୁଣା ବ୍ଲକ ଦେଇ ପ୍ରବାହିତ ସୋନନଦୀରୁ ଦିନରାତି ବାଲି ଲୁଟ୍‌ ଚାଲିଛି।

fshsfhfxvbb

ନୀଳଗିରି/ରେମୁଣା: ସହଜରେ ବାଲି ଉତ୍ତୋଳନ ପାଇଁ ସୋନନଦୀରେ ରାସ୍ତା ତିଆରି କରିଛନ୍ତି ବାଲିମାଫିଆ। ବାଲେଶ୍ବର ଜିଲ୍ଲାର ନୀଳଗିରି ଓ ରେମୁଣା ବ୍ଲକ ଦେଇ ପ୍ରବାହିତ ସୋନନଦୀରୁ ଦିନରାତି ବାଲି ଲୁଟ୍‌ ଚାଲିଛି। ସୋନନଦୀ ଅବବାହିକାରେ ଥିବା ନୀଳଗିରି ବ୍ଲକ୍‌ର ପ୍ରତାପପୁର, ପୁନ୍ଦାଳ, ବାଲିପାଳ, ଅଯୋଧ୍ୟା ଆଦି ପ୍ରମୁଖ ଘାଟରୁ ବାଲି ଚୋରାଚାଲାଣ କରାଯାଉଛି। ବାଲି ଲୁଟ୍‌ ପାଇଁ ମାଫିଆମାନେ ନୀଳଗିରି ବ୍ଲକ୍‌ର ପୁନ୍ଦାଳ ଘାଟଠାରୁ କାଠପାଳ ଘାଟ ପର୍ଯ୍ୟନ୍ତ ସୋନନଦୀ ମଝିରେ ମାଟି ଗୋଡ଼ି ଓ ହ୍ୟୁମ୍‌ପାଇପ୍‌ ପକେଇ ଏକ ଅସ୍ଥାୟୀ ରାସ୍ତା ପ୍ରସ୍ତୁତ କରିଛନ୍ତି। ମାଟିବନ୍ଧ ପାଇଁ ନଦୀର ଜଳ ତଳମୁଣ୍ଡକୁ ଯାଇପାରୁ ନାହିଁ। ଫଳରେ ନଦୀ ଉପରେ ନିର୍ଭର କରି ଚାଷବାସ କରୁଥିବା ହଜାର ହଜାର ଚାଷୀ ଏବେ ସମସ୍ୟାରେ ପଡ଼ିଛନ୍ତି। ସେହିପରି, ରେମୁଣା ବ୍ଲକ ଉପରେ ନଜର ପକାଇଲେ ସୋନନଦୀର ହାତୀଆଗଣ୍ଡ ପୋଲତଳ ମାଫିଆଙ୍କ ଆଡ଼ାସ୍ଥଳ ପାଲଟିଛି। ଏଠାରୁ ଦିନରାତି ବାଲି ଚୋରାଚାଲାଣ ହେଉଛି।

ଏହା ସହିତ ପଣ୍ଡାସାହି ପୋଲ ନିକଟରୁ ବି ବାଲି ଲୁଟ୍‌ ହେଉଛି। ଏଗୁଡ଼ିକ ବେଆଇନ ‌ସୌରାତ୍‌ ହୋଇଥିବା ବେଳେ ବାଲି ଉତ୍ତୋଳନ ଯୋଗୁ ନୀଳଗିରିର କାଠପାଳ ପୋଲଠାରୁ ଆରମ୍ଭ କରି ରେମୁଣାର ହାତୀଆଗଣ୍ଡ, ପଣ୍ଡାସାହି ପୋଲ ବିପଦସଙ୍କୁଳ ହୋଇପଡ଼ିଛି। ଏଭଳି କି ନୀଳଗିରିରେ ବାଲିଚାଲାଣ ପାଇଁ ନଦୀବନ୍ଧକୁ ଖୋଳି ମାଫିଆମାନେ ନଦୀରେ ଗତିପଥ ବି ବଦଳାଇ ଦେଉଛନ୍ତି।  ପ୍ରତାପପୁର ନିକଟରେ ନଦୀପଠାକୁ ପ୍ରାୟ ୪୦ ଫୁଟ ଗଭୀର ପର୍ଯ୍ୟନ୍ତ ଖୋଳିଛନ୍ତି। ନୀଳଗିରିରେ ଗତବର୍ଷ ବାଲିମାଫିଆ କରିଥିବା ଅସ୍ଥାୟୀ ରାସ୍ତାକୁ ପ୍ରଶାସନ ଭାଙ୍ଗିଥିବା ବେଳେ ଏବର୍ଷ ପୁଣି ରାସ୍ତା କରାଯାଇଛି। ପ୍ରଶାସନ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ କାହିଁକି ନେଉନି ବୋଲି ଆଇନଜୀବୀ କ୍ଷୀରୋଦ ଦାସ ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଖଣି ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe