ଅଭୟାରଣ୍ୟରେ ମାତିଛନ୍ତି ବାଲି ଚୋର

ଅଭୟାରଣ୍ୟରେ ମାତିଛନ୍ତି ବାଲି ଚୋର

ପୁରୀ: ପ୍ରକୃତିର ଅନ୍ୟତମ ବିରଳ ସୃଷ୍ଟି ହେଉଛି ବାଲୁଖଣ୍ଡ ଅଭୟାରଣ୍ୟ। ଏସିଆ ମହାଦେଶର ଏହା ଏକମାତ୍ର ଅଭୟାରଣ୍ୟ, ଯାହା ସମୁଦ୍ର କୂଳରେ ରହିଛି ଏବଂ ଚିତ୍ରା ହରିଣଙ୍କ ସହ ଅନ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଛି। କିନ୍ତୁ, ବାଲି ମାଫିଆମାନେ ଏହି ଅଭୟାରଣ୍ୟ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି। ବଡ଼ ବଡ଼ ବାଲିବନ୍ତକୁ ତାଡ଼ି ବାଲି ଚୋରି କରିବାରେ ଲାଗି ପଡ଼ିଛନ୍ତି।

ଅଭୟାରଣ୍ୟରେ ଖନନ ତ ଦୂରର କଥା, ଗାଡ଼ି ପଶିବା ନିଷିଦ୍ଧ। ଅନ୍ୟପଟେ ଯଦି କୌଣସି ଜାଗାରୁ ବାଲି ଅବା ମାଟି ଖନନ ଏବଂ ସ୍ଥାନାନ୍ତର ହେଉଛି, ଏହାପୂର୍ବରୁ ରାଜସ୍ବ ବିଭାଗର ଅନୁମତି ଜରୁରି। ବାରମ୍ବାର ଅଭିଯୋଗ ପରେ ବି ରାଜସ୍ବ ବିଭାଗ ଏହି ଅଞ୍ଚଳ ମାଡ଼ୁନି। ଫଳରେ, ବାଲି ମାଫିଆଙ୍କ ଉତ୍ପାତ ଦିନକୁଦିନ ବଢ଼ିଚାଲିଛି। ସେପଟେ ବନବିଭାଗ ବି ଜାଣି ଅଜଣା ଭଳି ଅଭିନୟ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଯେଉଁମାନେ ଅଭୟାରଣ୍ୟରୁ ବାଲି ଚୋରି କରୁଛନ୍ତି, ସେମାନେ ବହୁ ପ୍ରଭାବଶାଳୀ। ଯଦି କେହି ମୁହଁ ଖୋଲୁଛି, ଜୀବନରୁ ମାରିଦେବାକୁ ଧମକ ମିଳୁଛି। ଏଣୁ ସ୍ଥାନୀୟ ଅଞ୍ଚଳ ଲୋକେ ଏହା ଦେଖୁଥିଲେ ବି ମୁହଁ ଖୋଲିବାକୁ ଡରୁଛନ୍ତି। ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ବିବେକ କୁମାର କହିଛନ୍ତି, ‘ନୂଆ କରି ଯୋଗଦେଇଥିବାରୁ ଏ ସଂପର୍କରେ ମୁଁ ଜାଣିନି। ଘଟଣାସ୍ଥଳ ପରିଦର୍ଶନ ପରେ ଆବଶ୍ୟକ ପଦକ୍ଷେପ ନେବି।’ ସେହିପରି ଗୋପ ତହସିଲଦାର ରଂଜନ କୁମାର ପରିଡ଼ା କହିଛନ୍ତି, ‘ସ୍ଥିତି ଅନୁଧ୍ୟାନ ପରେ ଯାହାକିଛି କହିପାରିବି।’ ନିକଟରେ ବି ତାଙ୍କର ଜନୈକ କର୍ମଚାରୀଙ୍କୁ ଆକ୍ରମଣ ହୋଇଥିବା ଶ୍ରୀ ପରିଡ଼ା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe