ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା

Advertisment
ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା

The Conversation

ଥୁଆପାଲି: ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍‌ ଚିଚିଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି ନେଇ ପରିଚାଳନା କମିଟି, ଅଭିଭାବକ ଓ ଛାତ୍ରଛାତ୍ରୀ ଶୁକ୍ରବାରଠାରୁ ଗେଟ୍‌ରେ ତାଲାଦେଇ ଧାରଣାରେ ବସିଛନ୍ତି। ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ତାଲା ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଅଭିଭାବକମାନେ ପ୍ରକାଶ କରିଛନ୍ତି। ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଥିବା ଏହି ସ୍କୁଲରେ ୧୪୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ହେଲେ ଏଠାରେ ମାତ୍ର ୨ ଜଣ ଶିକ୍ଷକ  ଅଛନ୍ତି।

ଫଳରେ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଅନେକ ସମୟରେ କ୍ଲାସ୍‌ ହେଉନଥିବାରୁ ଛାତ୍ରଛାତ୍ରୀମାନେ ବାହାରେ ବୁଲୁଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟି ରଖି ପରିଚାଳନା କମିଟି, ଅଭିଭାବକ ଅନେକଥର ବିଇଓ, ବିଡିଓ, ଜିଲ୍ଲାପାଳଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରି ନାହିଁ। ବାଧ୍ୟ ହୋଇ ଗ୍ରାମବାସୀ, ଛାତ୍ରଛାତ୍ରୀ ଶୁକ୍ରବାର ଶିକ୍ଷକ ଦାବିରେ ଏକ ରାଲି ଗ୍ରାମ୍ୟ ପରିକ୍ରମ କରି ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଛନ୍ତି। ୪ ଦିନ ମଧ୍ୟରେ ଯଦି ନୂତନ ଶିକ୍ଷକ ନିଯୁକ୍ତ ଦିଆନଯାଏ, ତେବେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଭାତ, ଡାଲି, ଅଣ୍ଡା ଖାଇବା ପାଇଁ ଆମ ପିଲାଙ୍କୁ ସ୍କୁଲକୁ ପଠାଇବୁ କି ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe