ସ୍କୁଲ୍‌ ଖୋଲିଲା, ଯଶୋବନ୍ତ ସମେତ ସଭିଏଁ ଖୁସ୍‌: ୧୧ଦିନ ଧରି ବେହେରାଗୁଡ଼ା ସ୍କୁଲ୍‌ରେ ଆନ୍ଦୋଳନ ଚାଲିଥିଲା

Advertisment

ଯାହାକିଛି ସମସ୍ୟା ରହିଛି, ସମାଧାନ କରାଯିବ: ମନ୍ତ୍ରୀ

ଯାହାକିଛି ସମସ୍ୟା ରହିଛି, ସମାଧାନ କରାଯିବ: ମନ୍ତ୍ରୀ

ସ୍କୁଲ୍‌ ଖୋଲିଲା, ଯଶୋବନ୍ତ ସମେତ ସଭିଏଁ ଖୁସ୍‌: ୧୧ଦିନ ଧରି ବେହେରାଗୁଡ଼ା ସ୍କୁଲ୍‌ରେ ଆନ୍ଦୋଳନ ଚାଲିଥିଲା

ଧର୍ମଗଡ଼: ‘ମୋ ଭଳି ସରକାର ବି ଅନ୍ଧ କି?’ ବୋଲି ଯେଉଁ ସ୍କୁଲ୍‌ର ଜଣେ ଦିବ୍ୟାଙ୍ଗ ଛାତ୍ର ଯଶୋବନ୍ତଙ୍କ ଗତକାଲି ପ୍ରଶ୍ନ କରିଥିଲେ, ୧୧ଦିନର ଆନ୍ଦୋଳନ ପରେ ଏହା ଆଜି ଖୋଲିଛି। ପାଠପଢ଼ା ସ୍ବାଭାବିକ ହେବାସହିତ ଯଶୋବନ୍ତ ସମେତ ସ୍କୁଲ୍‌ର ସମସ୍ତ ଛାତ୍ରଛାତ୍ରୀ ଖୁସି ଜାହିର୍‌ କରିଛନ୍ତି। ଗଣମାଧ୍ୟମରେ ସ୍କୁଲ୍‌ର ସମସ୍ୟା ନେଇ ଚର୍ଚ୍ଚା ହେବାପରେ ସମସ୍ୟାର ସମାଧାନ କରାଯିବ ବୋଲି ଟୁଇଟ୍‌ କରି ଜଣାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

କଳହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ ବେହେରାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିନେଇ ଦୀର୍ଘ ଏଗାରଦିନ ଧରି ଏହି ସ୍କୁଲ୍‌ରେ ତାଲାବନ୍ଦ ଆନ୍ଦୋଳନ ଚାଲିଥିଲା। ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ସ୍କୁଲରୁ ତାଲା ଖୋଲାଯିବ ନାହିଁ ବୋଲି ଅଭିଭାବକମାନେ ଜିଦ୍‌ରେ ଅଟଳ ରହିଥିଲେ। ଗତକାଲି ବିଦ୍ୟାଳୟରେ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନବ କିଶୋର ସାହୁ, ଉପଖଣ୍ଡ ପୁଲିସ୍‌ ଅଧିକାରୀ ଧିରଜ କୁମାର ଚୋପଦାର ଓ କୋକସରା ଥାନା ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକଙ୍କୁ ପ୍ରଥମ ପର୍ଯ୍ୟାୟରେ ନିଯୁକ୍ତି ଦିଆଯାଇଛି। ଆସନ୍ତା କିଛିଦିନ ମଧ୍ୟରେ ଆଉ ଦୁଇଜଣ ଶିକ୍ଷକଙ୍କୁ ଏହି ବିଦ୍ୟାଳୟକୁ ସ୍ଥାୟୀଭାବେ ବଦଳି କରାଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ଲିଖିତ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନକାରୀ ବିଦ୍ୟାଳୟର ତାଲା ଖୋଲିଥିଲେ। ଆଜି ସ୍କୁଲ୍‌ ଖୋଲିବା ସହ ପାଠପଢ଼ା ସ୍ବାଭାବିକ ହୋଇଛି।

ଆଜି ଦିବ୍ୟାଙ୍ଗ ଛାତ୍ର ଯଶବନ୍ତ ପୁଣିଥରେ ପ୍ରତିକ୍ରିୟା ରଖି କହିଛନ୍ତି, ୧୧ ଦିନ ପାଠପଢ଼ାରୁ ବଞ୍ଚିତ ହେବାରୁ ରାଗିଯାଇ ସେ ଏଭଳି କଥା ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ଅନ୍ୟପଟେ, ଶିକ୍ଷା ବିଭାଗର ପ୍ରତିଶ୍ରୁତି ଅନୁସାରେ ୧୨ ତାରିଖ ମଧ୍ୟରେ ଶିକ୍ଷକ ନିଯୁକ୍ତି କରା ନଗଲେ ପୁଣି ଆନ୍ଦୋଳନ କରାଯିବ ବୋଲି ସ୍କୁଲ ଶିକ୍ଷା କମିଟି ସଭାପତି ହେମନାଥ ବାରିକ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe