ଭୋଟ ବର୍ଜନ ଧମକ ପରେ ଖୋଲିଲା ସ୍କୁଲ

Advertisment
ଭୋଟ ବର୍ଜନ ଧମକ ପରେ ଖୋଲିଲା ସ୍କୁଲ

ସୁନ୍ଦରଗଡ଼/ହେମଗିର:  ଭୋଟ୍ ବର୍ଜନ ଧମକ ପରେ ବନ୍ଦ ସ୍କୁଲ ଖୋଲିବାକୁ ବାଧ୍ଯ ହୋଇଛି ପ୍ରଶାସନ।  ହେମଗିର ବ୍ଲକ୍ ଆଙ୍କେଲବିରା ଗ୍ରାମପଞ୍ଚାୟତ ଦାଘୋରାବସ୍ତିରୁ ଆସିଛି ଏ ଚିତ୍ର। ୨୦୧୯ରେ ପିଲା ସଂଖ୍ଯା କମ୍ ଦର୍ଶାଇ ଶିକ୍ଷା ବିଭାଗ ଦାଘୋରାବସ୍ତି ସ୍କୁଲକୁ ବନ୍ଦ କରି ଦେଇଥିଲା। ଲୋକେ ବାରମ୍ବାର ଗୁହାରି କରିବା ପରେ ପ୍ରଶାସନ ଶୁଣି ନଥିଲା।

ଶେଷକୁ  ଗାଁ ଲୋକେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ପାଇଁ  ଧମକ ଦେଇଥିଲେ।  ସେତେବେଳେ ପ୍ରଶାସନ  ସ୍କୁଲ ଖୋଲିବାର ପ୍ରତିଶ୍ରୁତି ଦେଇ ଗାଁ ଲୋକଙ୍କୁ ବୁଝାସୁଝା କରିଥିଲେ। ଲୋକେ ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ।ଏହା ପରେ ପ୍ରଶାସନ ପ୍ରତିଶ୍ରୁତି ମୁତାବକ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲା। ଆଜି ହେମଗିର ତହସିଲଦାର ଭିକ୍ଟୋରିଆ ଏକ୍କା, ବିଡିଓ ଜଗଦୀଶ ମହାନନ୍ଦ,ବିଇଓ ସଦାନନ୍ଦ ପଧାନଙ୍କ ଉପସ୍ଥିତିରେ ପୁଣି ସ୍କୁଲ ଖୋଲିଥିଲା। ସ୍ଥାନୀୟ ସରପଞ୍ଚ  ଥାଇଚରଣ ସା, ସମିତିସଭ୍ୟା  ସନ୍ତୋଷିନୀ ପଣ୍ଡା ସମେତ ଗାଁ ଲୋକେ ଉପସ୍ଥିତ ଥିଲେ। ବନ୍ଦ ସ୍କୁଲ ପୁଣି ଖୋଲିବା ପରେ ଗାଁରେ ଆନନ୍ଦ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe