ଦ୍ୱିତୀୟ ବର୍ଷ ତୋଷାଳୀ ମହୋତ୍ସବ ଉଦ୍‌ଘାଟିତ

Advertisment

ମନ ମୋହିଲା ତୁଷୁରାର ରାମଲୀଳା

ମନ ମୋହିଲା ତୁଷୁରାର ରାମଲୀଳା

ଦ୍ୱିତୀୟ ବର୍ଷ ତୋଷାଳୀ ମହୋତ୍ସବ ଉଦ୍‌ଘାଟିତ

ତୁଷୁରା: ଦ୍ୱିତୀୟ ବର୍ଷ ତୋଷାଳୀ ମହୋତ୍ସବର ରବିବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମେ ମା’ ସମଲେଶ୍ୱରୀ ମନ୍ଦିରରୁ ମଶାଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ପରେ ବାଳକ ହାଇସ୍କୁଲ ମଞ୍ଚ ସମ୍ମୁଖରେ ସ୍ଥାପନ କରାଯାଇଥିଲା। ସାଂସ୍କୃତିକ ଶୋଭାଯାତ୍ରାରେ ତୁଷୁରା ଗଣ୍ଡାବଜା, ଗୌରଗୋଠର ଘୁମୁରା ନାଚ, କୁତୁର୍ଲା ଗ୍ରାମର ପର୍‌ଭା ନାଚ, କୁମ୍ଭାରୀ ଗ୍ରାମର ଡକାନୃତ୍ୟ ଅଂଶଗ୍ରହଣ କରିଥିଲେ। ମହୋତ୍ସବ କମିଟି ସଭାପତି ବ୍ରହ୍ମାନନ୍ଦ ପାଣ୍ଡିଆଙ୍କ ସଭାପତିତ୍ବରେ ଉପସଭାପତି ଦେବବ୍ରତ ପାଣିଗ୍ରାହୀ ସ୍ବାଗତ ଭାଷଣ ଦେଇଥିଲେ। ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ମୁଖ୍ୟଅତିଥି ଭାବେ ଯୋଗଦେଇ ତୋଷାଳୀ ମହୋତ୍ସବକୁ ସରକାର କିପରି ରାଜ୍ୟସ୍ତରୀୟ ଉତ୍ସବର ମାନ୍ୟତା ଦେବେ ସେଥିପାଇଁ ଉଦ୍ୟମ କରିବେ ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ, ସାମାଜିକ କର୍ମୀ ନବୀନ ଜୈନ, ମୁଖ୍ୟବକ୍ତା ଭାବେ ଗୁରୁଶ୍ରୀ ଡ. ଘାସିରାମ ମିଶ୍ର ଯୋଗ ଦେଇ ତୋଷାଳୀ ଗଡ଼ର କଳା ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ଲୋକଲୋଚନକୁ ଆଣି ଉଜ୍ଜୀବିତ କରିବା ହେଉଛି ତୋଷାଳୀ ମହୋତ୍ସବର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ଉଦ୍‌ଘାଟନୀ ଉତ୍ସବରେ ନାଟ୍ୟକାର ସୁଧାକର ପ୍ରଧାନଙ୍କ ସଂଯୋଜନାରେ ତୁଷୁରାର ସର୍ବପୁରାତନ ଅନୁଷ୍ଠାନ ରାମଲୀଳା ନାଟକର ରାମ ଶବର ମିତ୍ରତା ପ୍ରସଙ୍ଗ ଅଭିନୀତ ହୋଇଥିଲା। ଏହାଛଡ଼ା କଳାହାଣ୍ଡିର ମା’ ଲଙ୍କେଶ୍ୱରୀ ସାଂସ୍କୃତିକ ଅନୁଷ୍ଠାନ, ତୁଷୁରା ନଟରାଜ ସଙ୍ଗୀତ ମହାବିଦ୍ୟାଳୟର ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe