ଘୋଷଯାତ୍ରା ପାଇଁ ଗଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ

ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଜି ଦଶପଲ୍ଲା ବନାଞ୍ଚଳରୁ ଦ୍ବିତୀୟ ପର୍ଯ୍ୟାୟ ରଥକାଠ ପଠାଯାଇଛି। ଗତ ଜାନୁଆରି ମାସରେ ପ୍ରଥମ ପର୍ଯ୍ୟାୟରେ ୧୦୧ ଖଣ୍ତ କାଠ ପୁରୀ ରଥଖଳାକୁ ପଠାଯାଇଥିବା ବେଳେ ଆଜି ଦ୍ବିତୀୟ....

gddgdgcvcv

ଦଶପଲ୍ଲା: ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଜି ଦଶପଲ୍ଲା ବନାଞ୍ଚଳରୁ ଦ୍ବିତୀୟ ପର୍ଯ୍ୟାୟ ରଥକାଠ ପଠାଯାଇଛି। ଗତ ଜାନୁଆରି ମାସରେ ପ୍ରଥମ ପର୍ଯ୍ୟାୟରେ ୧୦୧ ଖଣ୍ତ କାଠ ପୁରୀ ରଥଖଳାକୁ ପଠାଯାଇଥିବା ବେଳେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ୫୮ ଖଣ୍ତ ଅସନ, ଧଉରା ଓ ଶିମିଳି କାଠ କଟକ ଖପୁରିଆସ୍ଥିତ କାଠମିଲ୍‌କୁ ପଠାଯାଇଛି। ଯେଉଁଥିରେ ୨୦ ଫୁଟିଆ ଧଉରା ୧୦ଟି ଓ ଅସନ ୧୬ଟି, ୧୨ ଫୁଟିଆ ଧଉରା ୯ଟି, ଅସନ ୨୨ଟି ଓ ଗୋଟିଏ ଗଣ୍ଡି ଶିମିଳି କାଠ ରହିଛି। ଦଶପଲ୍ଲା ବନାଞ୍ଚଳ ଅଧୀନ ଟାକରା ସଂରକ୍ଷିତ ଜଙ୍ଗଲରୁ ଏହି କାଠ ପଠାଯାଇଛି। ଆସନ୍ତା ଶ୍ରୀରାମ ନବମୀ ତିଥିରେ ଏହି କାଠ ସ-ମିଲ୍‌ରେ ଚିରଟ ହେବାର ପରମ୍ପରା ରହିଛି। 

ଏସବୁ କାଠ କଟାଯିବା ପରେ ବିଭିନ୍ନ ସମସ୍ୟାକୁ ନେଇ ତାବେଡ଼ା, ପାନାବାରୀ ଆଦି ଗ୍ରାମର ଲୋକମାନେ ବିରୋଧ କରି ଆସୁଥିଲେ। ଗତ ଶ୍ରୀପଞ୍ଚମୀ ତିଥିରୁ ଏସବୁ କାଠ ଜଙ୍ଗଲରେ ପଡ଼ି ରହିଥିବା ବେଳେ ଗ୍ରାମବାସୀ ଓ ବନ ବିଭାଗ ମଧ୍ୟରେ ଆଲୋଚନା ହୋଇ ସମାଧାନ ହୋଇଥିଲା। ସମାଧାନ ପରେ ଗ୍ରାମବାସୀ କାଠ ଛାଡ଼ିବାକୁ ରାଜି ହୋଇଥିଲେ। ତେଣୁ ଆଜି ପୂର୍ବାହ୍ଣରେ ମିଟୁକୁଳି ଓ ତିଳାବାଡ଼ି ଗ୍ରାମବାସୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ଓ ସଂକୀର୍ତ୍ତନ ପରେ କାଠ ସ-ମିଲ୍ ଅଭିମୁଖେ ବାହାରିଥିଲା। ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ସୁମନ ମାଝୀ, ଟାକରା ବନପାଳ ରାକେଶ କୁମାର ସାହୁ ଓ ବନରକ୍ଷୀ ଦୀପ୍ତିମୟୀ ଦାଶ ଉପସ୍ଥିତ ଥିଲେ। ପୁରୀର ପ୍ରସିଦ୍ଧ ଘୋଷଯାତ୍ରା ଉପଲକ୍ଷେ ୩ ରଥ ନିର୍ମାଣ ପାଇଁ ପ୍ରତିବର୍ଷ ୮୬୫ ଖଣ୍ତ ଧଉରା, ଅସନ, ଫାସି ଓ ଶିମିଳି କାଠ ଆବଶ୍ୟକ ହୋଇଥାଏ। ଗତବର୍ଷ ରଥ ନିର୍ମାଣ ପାଇଁ ୫୧ ଖଣ୍ତ କାଠ ବଳକା ରହିଥିବାରୁ ଅବଶିଷ୍ଟ ୮ଶହ ୧୪ ଖଣ୍ତ କାଠ ଯୋଗାଇ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ନୟାଗଡ଼ ବନଖଣ୍ତକୁ ଚିଠି ଲେଖିଛି। ସେଥିମଧ୍ୟରୁ ସ-ମିଲକୁ ୪୧୮ ଖଣ୍ତ କାଠ ଓ ରଥଖଳାକୁ ୩୯୬ ଖଣ୍ତ ପଠାଇବାକୁ ନି‌ର୍ଦ୍ଦେଶ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe