ଉତ୍ସବ ପ୍ରଧାନପାଟର ଦ୍ବିତୀୟ ସନ୍ଧ୍ୟା

ଉତ୍ସବ ପ୍ରଧାନପାଟର ଦ୍ବିତୀୟ ସନ୍ଧ୍ୟା

ଦେବଗଡ଼: ସଂସ୍କୃତି ବିଭାଗ ଓଡ଼ିଶା ସରକାର ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ପ୍ରଧାନପାଟ ଜଳପ୍ରପାତ ନିକଟ ବଡ଼ବଗିଚାରେ ଉତ୍ସବ ପ୍ରଧାନପାଟର ଦ୍ବିତୀୟ ସଂଧ୍ୟାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି କୌଶକ ପ୍ରଧାନ ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ର, ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଡିଆଇପିଆରଓ ମନୋରଞ୍ଜନ ସୂତାର ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ।

publive-image

ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମହାରୀ ନୃତ୍ୟ କଳାମଣ୍ଡପର ଓଡ଼ିଶୀ ନୃତ୍ୟ, ଆଦିବାସୀ ନୃତ୍ୟ, କରମା ଡ୍ୟାନ୍ସ ଗ୍ରୁପ, ମାନିନୀ ଡ୍ୟାନ୍ସ ଗ୍ରୁପ, ଆଦର୍ଶ ଡ୍ୟାନ୍ସ ଗ୍ରୁପ, କଲିକତାର ବିହୂ ଓ କ୍ରିଏଟିଭ ଡ୍ୟାନ୍ସ ତଥା ବିଭିନ୍ନ ସ୍ଥାନୀୟ କଳାକାରଙ୍କ ଦ୍ବାରା ବିଭିନ୍ନ ଲୋକନୃତ୍ୟ ପରିବେଷଣ ହୋଇଥିଲା। ଆଜିର ମୁଖ୍ୟ ଆକର୍ଷଣ ଥିଲେ ଚଳଚ୍ଚିତ୍ର ଗାୟକ ହ୍ୟୁମାନ ସାଗର। ତାଙ୍କର ଗୋଟିଏ ପରେ ଗୋଟିଏ ଲୋକପ୍ରିୟ ଗୀତ ଦର୍ଶକଙ୍କୁ ମତୁଆଲା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe