ସଚିବାଳୟରେ ସେକ୍ସନ୍‌ ଅଫିସର୍‌ ପଦୋନ୍ନତି ପାଇଁ ବାଟଫିଟିଲା

Advertisment
ସଚିବାଳୟରେ ସେକ୍ସନ୍‌ ଅଫିସର୍‌ ପଦୋନ୍ନତି ପାଇଁ ବାଟଫିଟିଲା

The Tutors Academy

କଟକ : ରାଜ୍ୟ ସଚିବାଳୟରେ ସେକ୍ସନ୍ ଅଫିସର (ଏସ୍‌ଓ) ପଦବିକୁ ପଦୋନ୍ନତି ପ୍ରସଙ୍ଗରେ ରହିଥିବା ଅଦାଲତୀ ଅଙ୍କୁଶ ହଟିଛି। ଅଦାଲତଙ୍କ ବିନା ଅନୁମତିରେ କାହାକୁ ଏସ୍‌ଓ ପଦବିକୁ ପଦୋନ୍ନତି ଦିଆଯାଇ ପାରିବ ନାହିଁ ବୋଲି ପ୍ରଦାନ କରାଯାଇଥିବା ନି‌ର୍ଦ୍ଦେଶକୁ ହାଇକୋର୍ଟ ପ୍ରତ୍ୟାହାର କରିନେଇଛନ୍ତି।

ଅନ୍ୟପକ୍ଷରେ ପଦୋନ୍ନତି ପ୍ରକ୍ରିୟା ହାଇକୋର୍ଟରେ ବିଚାରାଧୀନ ଓ ଏ ସଂପର୍କିତ ରିଟ୍ ଆବେଦନର ଚୂଡ଼ାନ୍ତ ଫଳାଫଳ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍‌. ମୁରଲୀଧର ଓ ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟର ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ରହିତାଦେଶ ଉଠିବା ପରେ ସଚିବାଳୟରେ ଖାଲି ଥିବା ୪୭୬ ଏସ୍‌ଓ ପଦବିକୁ ପଦୋନ୍ନତି ପାଇଁ ବାଟ ଫିଟିଛି। ଏଥି ସହିତ ଚଳିତ ବର୍ଷ  ଖାଲି ପଡ଼ିବାକୁ ଥିବା ୯୦ଟି  ସମ୍ଭାବ୍ୟ ଏସ୍‌ଓ ପଦବି ପାଇଁ ପଦୋନ୍ନତି ପ୍ରସଂଗରେ ମଧ୍ୟ ସୁଯୋଗ ସୃଷ୍ଟି ହୋଇଛି। ଆସିଷ୍ଟାଣ୍ଟ୍‌ ସେକ୍ସନ୍‌ ଅଫିସର୍‌ (ଏଏସ୍‌ଓ) ପଦରୁ ଏସ୍‌ଓ ପଦବିକୁ ପଦୋନ୍ନତି ପ୍ରସଂଗ ନେଇ ୨୦୨୦ ସେପ୍ଟେମ୍ବର ମାସରେ ଅର୍ଜୁନ ମୁର୍ମୁ ଓ ଅନ୍ୟମାନେ ହାଇକୋର୍ଟରେ ରିଟ୍ ଆବେଦନ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ଓ ପ୍ରତିପକ୍ଷଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe