ହାଇକୋର୍ଟରେ ହାଜର ହେଲେ ଗଣଶିକ୍ଷା ସଚିବ

Advertisment
କନଷ୍ଟେବଳ ପଦରେ ଗୃହରକ୍ଷୀଙ୍କ ନିଯୁକ୍ତି ପ୍ରସଂଗ: କଟ୍-ଅଫ୍ ମାର୍କ ବ୍ୟବସ୍ଥାକୁ ବିରୋଧ, ହାଇକୋର୍ଟଙ୍କ ଜବାବ ତଲବ

Live Law

କଟକ : ହାଇକୋର୍ଟରେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ହାଜର ହୋଇଛନ୍ତି। ଡକ୍ଟର୍‌ ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଭର୍ଚୁଆଲ ମୋଡ଼ରେ ହାଜର ହୋଇ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ପକ୍ଷ ରଖିଛନ୍ତି।

ପ୍ରଧାନଶିକ୍ଷୟିତ୍ରୀଙ୍କ ପଦୋନ୍ନତି ସଂପର୍କିତ ଜ୍ଞ‌ାନେନ୍ଦ୍ରୀ ମିଶ୍ରଙ୍କ ମାମଲାରେ ଏକା‌ଧିକ ଥର ହାଇକୋର୍ଟ ନିର୍ଦ୍ଦେଶ ଦେବାପରେ ମଧ୍ୟ ଗଣଶିକ୍ଷା ବିଭାଗ ଜବାବ ଦାଖଲ କରି ନଥିଲା। ଏଭଳି ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରି ଜୁଲାଇ ୧୨ରେ ଗଣଶିକ୍ଷା ସଚିବଙ୍କୁ ଭର୍ଚୁଆଲ ମୋଡରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଆଜି ହାଜର ହୋଇ ସଚିବ ନିଜର ପକ୍ଷ ରଖିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯାଇ ସବୁ ମାମଲା ସମ୍ପର୍କରେ ଗଣଶିକ୍ଷା ବିଭାଗ ଜବାବ ରଖିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜବାବ ଦାଖଲ କ୍ଷେତ୍ରରେ ବିଳମ୍ବ ପ୍ରସଙ୍ଗରେ ସଚିବ ସ୍ପଷ୍ଟୀକରଣ ରଖିବା ସହ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ଓ ଜବାବ ଦାଖଲ ପ୍ରସଙ୍ଗରେ ବିଳମ୍ବ ହେବନାହିଁ ବୋଲି କହିଥିଲେ। ହାଇକୋର୍ଟ ସଚିବଙ୍କ ଜବାବକୁ ଗ୍ରହଣ କରିବା ସହିତ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨କୁ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe