ଆନନ୍ଦପୁର ବ୍ୟାରେଜ କେନାଲ ନିର୍ମାଣର ସମୀକ୍ଷା କଲେ ଜଳସଂପଦ ସଚିବ

ଆନନ୍ଦପୁର ବ୍ୟାରେଜ କେନାଲ ନିର୍ମାଣର ସମୀକ୍ଷା କଲେ ଜଳସଂପଦ ସଚିବ

ଆନନ୍ଦପୁର : ଆନନ୍ଦପୁର ବ୍ୟାରେଜ୍ ଉଦ୍‌ଘାଟନ ହେବାର ଦୁଇବର୍ଷ ବିତିଲାଣି। ହେଲେ ଅଦ୍ୟାବଧି କେନାଲ ନିର୍ମାଣ ସମ୍ପୂର୍ଣ୍ଣ ହୋଇନି। ରାଜ୍ୟ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ଆଜି ଦିନିକିଆ ଆନନ୍ଦପୁର ଗସ୍ତରେ ଆସି ଦକ୍ଷିଣ କେନାଲ ନିର୍ମାଣ କାମର ସମୀକ୍ଷା କରିଛନ୍ତି। ପୂର୍ବରୁ ବିବାଦ ରହିଥିବା ପଦ୍ମପୁର, ମଠ, ଯୋଗିଆବନ୍ଧଠାରେ କେନାଲ ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରି ସନ୍ତୋଷ ପ୍ରକାଶ କରିଛନ୍ତି।

ଏହାପରେ ହଦଗଡ଼ ଡ୍ୟାମ୍‌ ପରିଦର୍ଶନ କରିବା ସହିତ ଏହାର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି। କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେ, ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଡିଏଫ୍‌ଓ ଅଭୟ କୁମାର ଦଳେଇ, ବ୍ୟାରେଜ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅବିନାଶ ରାଉଳଙ୍କ ସମେତ ଆନନ୍ଦପୁର ଓ ଭଦ୍ରକ ଜିଲ୍ଲାର ଜଳସମ୍ପଦ ବିଭାଗର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ। ବର୍ଷା ଯୋଗୁଁ କେନାଲ ନିର୍ମାଣ ବନ୍ଦ ରହିଛି। ୨୦୨୪ ସୁଦ୍ଧା କେନାଲ ନିର୍ମାଣ ଶେଷ ହୋଇ କାର୍ଯ୍ୟକ୍ଷମ ହେବ ବୋଲି ବ୍ୟାରେଜ୍ ନିର୍ବାହୀ ଯନ୍ତ୍ରୀ କିଶୋର କୁମାର କର ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe