ରୋଗୀଙ୍କୁ କାନ୍ଧରେ, ମରଶରୀରକୁ ସାଇକେଲରେ ନେବାର ଦୃଶ୍ୟ ନ ଆସୁ

Advertisment

ଶିକ୍ଷା ଓ ସ୍ବାସ୍ଥ୍ୟ ସାଧାରଣ ଜନତାଙ୍କ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋକମାନେ ସମସ୍ତ ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ସେବା ପାଇବା ଆବଶ୍ୟକ। ଲୋକଙ୍କ ପାଖରେ ଆମ୍ବୁଲାନ୍ସ ଯେପରି ଠିକ୍ ସମୟରେ ପହଞ୍ଚିବ, ସେଥି ପ୍ରତି ଧ୍ୟାନ ଦିଅନ୍ତୁ।

ଶିକ୍ଷା ଓ ସ୍ବାସ୍ଥ୍ୟ ସାଧାରଣ ଜନତାଙ୍କ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋକମାନେ ସମସ୍ତ ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ସେବା ପାଇବା ଆବଶ୍ୟକ। ଲୋକଙ୍କ ପାଖରେ ଆମ୍ବୁଲାନ୍ସ ଯେପରି ଠିକ୍ ସମୟରେ ପହଞ୍ଚିବ, ସେଥି ପ୍ରତି ଧ୍ୟାନ ଦିଅନ୍ତୁ।

gdjgdjgdjgdg

ଭୁବନେଶ୍ବର: ଶିକ୍ଷା ଓ ସ୍ବାସ୍ଥ୍ୟ ସାଧାରଣ ଜନତାଙ୍କ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋକମାନେ ସମସ୍ତ ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ସେବା ପାଇବା ଆବଶ୍ୟକ। ଲୋକଙ୍କ ପାଖରେ ଆମ୍ବୁଲାନ୍ସ ଯେପରି ଠିକ୍ ସମୟରେ ପହଞ୍ଚିବ, ସେଥି ପ୍ରତି ଧ୍ୟାନ ଦିଅନ୍ତୁ। ରୋଗୀଙ୍କ ସମ୍ପର୍କୀୟମାନେ ନିଜ କାନ୍ଧରେ କିମ୍ବା ସାଇକେଲରେ ମରଶରୀରକୁ ନିଜ ଗ୍ରାମକୁ ନେବାର ଦୃଶ୍ୟ ଆସିବା ଉଚିତ ନୁହେଁ। ଆଜି ଜିଲ୍ଲାପାଳ ସମ୍ମିଳନୀରେ ଏମିତି ଉଦ୍‌ବେଗ ପ୍ରକାଶ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେହିପରି ରାଜ୍ୟରେ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ଶ୍ରୀ ମାଝୀ ଆହୁରି କହିଥିଲେ, ଗ୍ରାମାଞ୍ଚଳରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ବର୍ତ୍ତମାନ ବିଭିନ୍ନ ସ୍ତରରେ ଅଛି। ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଏହି ସବୁ ପ୍ରକଳ୍ପକୁ ମ୍ୟାପିଂ କରିବା ପାଇଁ ପଦକ୍ଷେପ ନିଅନ୍ତୁ। ବର୍ତ୍ତମାନ ସମୟରେ ଟେକ୍ନୋଲୋଜି ଉପଲବ୍ଧ ହୋଇଛି। ତେଣୁ ରିଅଲ ଟାଇମ୍ ଡାଟା ଖୁବ୍ ସହଜରେ ମିଳିପାରିବ। ସେସବୁକୁ ଅନୁଧ୍ୟାନ କରି ପ୍ରତିବନ୍ଧକକୁ ଠିକ ସମୟରେ ଜାଣିପାରିବେ। ସେହି ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାରେ ଏହି ଡାଟାବେସ୍ ସହାୟକ ହେବ। 

ଜନଜାତିମାନଙ୍କ ଜୀବନ ଜୀବିକା ଜଙ୍ଗଲ, ପାହଡ଼ ପର୍ବତ ଉପରେ ନିର୍ଭର କରିଥାଏ। ସେମାନେ ଆଇନ ଅନୁସାରେ ଜଙ୍ଗଲରୁ ଜଙ୍ଗଲଜାତ ଲଘୁ ଦ୍ରବ୍ୟ ସଂଗ୍ରହ ଓ ବିକ୍ରିବଟା କରିବା ଅଧିକାର ପାଇବା ଉଚିତ। କିନ୍ତୁ ଅନେକ ସମୟରେ ଜଙ୍ଗଲ ବିଭାଗର କ୍ଷେତ୍ର କର୍ମଚାରୀମାନେ ନିରୀହ ଜନଜାତିମାନଙ୍କୁ ଅଯଥାରେ ହଇରାଣ ହରକତ କରିଥା’ନ୍ତି। ଯେଉଁ ଅଧିକାରୀମାନେ ନିଜ ନିଜ କ୍ଷମତାର ଅପବ୍ୟବହାର କରି ନିରୀହ ଲୋକଙ୍କୁ ହଇରାଣ ହରକତ କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe