ମନରେଗା ସ୍ଥିତି ଏମିତି... ୪୫ ଲକ୍ଷ ବଦଳରେ ୧୨ ଲକ୍ଷ ଶ୍ରମଦିବସ

Advertisment

ଖଣିଖାଦାନ, ଶିଳ୍ପ, କୃଷି ଓ ବାଣିଜ୍ୟ ପ୍ରଭୃତିରେ ଅନ୍ୟ ଜିଲ୍ଲାଠାରୁ ଯାଜପୁର ଢେର ଆଗରେ। ତଥାପି ଜିଲ୍ଲାର ଲକ୍ଷାଧିକ ଯୁବକଯୁବତୀ ଦାଦନ ଖଟିବାକୁ ବାହାର ଜିଲ୍ଲା ଓ ରାଜ୍ୟକୁ ଯାଉଥିବାର ନଜିର କୋଭିଡ୍‌ ସମୟରେ ଲୋକଲୋଚନକୁ ଆସିଲା।

ଖଣିଖାଦାନ, ଶିଳ୍ପ, କୃଷି ଓ ବାଣିଜ୍ୟ ପ୍ରଭୃତିରେ ଅନ୍ୟ ଜିଲ୍ଲାଠାରୁ ଯାଜପୁର ଢେର ଆଗରେ। ତଥାପି ଜିଲ୍ଲାର ଲକ୍ଷାଧିକ ଯୁବକଯୁବତୀ ଦାଦନ ଖଟିବାକୁ ବାହାର ଜିଲ୍ଲା ଓ ରାଜ୍ୟକୁ ଯାଉଥିବାର ନଜିର କୋଭିଡ୍‌ ସମୟରେ ଲୋକଲୋଚନକୁ ଆସିଲା।

୪୮ଲକ୍ଷ ଶ୍ରମଦିବସ ସତ୍ତ୍ବେ ଫଳ ଶୂନ: ଦାଦନ ରୋକିବାରେ ମନରେଗା ବିଫଳ

ଯାଜପୁର: ଖଣିଖାଦାନ, ଶିଳ୍ପ, କୃଷି ଓ ବାଣିଜ୍ୟ ପ୍ରଭୃତିରେ ଅନ୍ୟ ଜିଲ୍ଲାଠାରୁ ଯାଜପୁର ଢେର ଆଗରେ। ତଥାପି ଜିଲ୍ଲାର ଲକ୍ଷାଧିକ ଯୁବକଯୁବତୀ ଦାଦନ ଖଟିବାକୁ ବାହାର ଜିଲ୍ଲା ଓ ରାଜ୍ୟକୁ ଯାଉଥିବାର ନଜିର କୋଭିଡ୍‌ ସମୟରେ ଲୋକଲୋଚନକୁ ଆସିଲା। ଚଳିତ ବର୍ଷ ଏହି କର୍ମନିଯୁକ୍ତି ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଗୋଟିଏ ଦିନ ବାକି ଥିବା‌ବେଳେ ଅନେକ ବିଭାଗରେ କାମ ଆରମ୍ଭ ହୋଇନାହିଁ। କେବଳ କାଗଜପତ୍ର ପ୍ରସ୍ତୁତିରେ ସମୟ ବିତିଛି। ଏପରିକି ନିଶ୍ଚିତ କର୍ମନିଯୁକ୍ତି ପାଇଁ ପ୍ରଣୀତ ମନରେଗା ସ୍ଥିତି ମଧ୍ୟ ଶୋଚନୀୟ। ଗତବର୍ଷଠାରୁ ପ୍ରାୟ ୪ ଭାଗ କମ୍‌ କର୍ମନିଯୁକ୍ତି ସୃଷ୍ଟି ହୋଇଛି। 

କୋମାରେ ସରକାରୀ ଯୋଜନା
ଖର୍ଚ୍ଚ ହୋଇପାରୁନି ଅନୁଦାନ

ସରକାରୀ ତଥ୍ୟ ମୁତାବକ ମନରେଗାରେ ଆର୍ଥିକ ବର୍ଷ ୨୦୨୩-୨୪ରେ ଯାଜପୁର ଜିଲ୍ଲାର ୧୦ଟି ବ୍ଲକ୍‌ରେ ମୋଟ ୪୫ ଲକ୍ଷ ୬୩ ହଜାର ୮୭୭ଟି କର୍ମଦିବସ ସୃଷ୍ଟି ହୋଇଥିଲା। ସେଥିରେ ମହିଳାମାନେ ୨୦ ଲକ୍ଷ ୩୬ ହଜାର ୭୧୯ ଦିନ କାମ କରିଥିଲେ। ଅଥଚ ଚଳିତ ବର୍ଷ ୨୦୨୪-୨୫ରେ ମାତ୍ର ୧୨ ଲକ୍ଷ ୮୩ ହଜାର ୪୬୪ ଦିନ କାମ ହୋଇଥିବାବେଳେ ମହିଳାମାନେ କେବଳ ୫ ଲକ୍ଷ ୪୨ ହଜାର ୯୯୯ ଦିନ କାମ କରିଛନ୍ତି। ସେହିପରି ଗତବର୍ଷ ମନରେଗାରେ ୧୨୬ କୋଟି ୪୦ ଲକ୍ଷ ୭୫ ହଜାର ଟଙ୍କା ବ୍ୟୟ ହୋଇଥିଲା। ଚଳିତ ବର୍ଷ ମାତ୍ର ୫୪ କୋଟି ୯ ଲକ୍ଷ ୬୯ ହଜାର ଟଙ୍କା ବ୍ୟୟ ହୋଇଛି। ମନରେଗା ଭଳି କେନ୍ଦ୍ରୀୟ ଅନୁଦାନ ବ୍ୟୟରେ ଏଭଳି ସ୍ଥିତି ଥିବା ବେଳେ ଅନ୍ୟ ବିଭାଗ ଓ ରାଜ୍ୟ ଅନୁଦାନ ସ୍ଥିତି ଅଧିକ ସଙ୍ଗିନ। କୃଷିକୁ ରାଜ୍ୟ ସରକାର ବଜେଟ୍‌ରେ ସର୍ବାଧିକ ଗୁରୁତ୍ବ ଦେଇଥିବାବେଳେ କାମ ଆଗେଇ ପାରୁନାହିଁ। ଜିଲ୍ଲାର ୪୦ ଭାଗ ଜଳସେଚନ ଉଠାଜଳସେଚନ ବିଭାଗ ଦ୍ବାରା ନିୟନ୍ତ୍ରିତ ହେଉଛି। ଚଳିତ ବର୍ଷ ଗୋଟିଏ ନୂତନ ପ୍ରକଳ୍ପ ମଧ୍ୟ ହୋଇ ପାରିଲାନାହିଁ। ଏହିପରି ସମସ୍ତ ବିଭାଗରେ ବଜେଟ୍ ପରିମାଣ ବୃଦ୍ଧି ପାଇଥିଲେ ହେଁ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇ ପାରୁ ନଥିବାରୁ ଯୋଜନା କାଗଜପତ୍ରରେ ସୀମିତ ରହିଯାଇଛି। ବର୍ଷୀୟାନ ରାଜନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ କହିବା ଅନୁସାରେ, ବଜେଟ୍‌ର କଳେବର ବୃଦ୍ଧି କରିଦେଲେ ବିକାଶ ହୋଇ ଯିବନାହିଁ। ତୃଣମୂଳରେ ଯୋଜନା କାର୍ଯ୍ୟକାରୀ କରି ଅନୁଦାନକୁ ବ୍ୟୟ କରିପାରିଲେ ବିକାଶର ସଫଳ ରୂପାୟନ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe