ବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ

Advertisment
ବୃଦ୍ଧ ବାପାର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ

The Express Tribune

ଦେବଗଡ଼/ ବୁର୍ଲା : ଦେବଗଡ଼ ଥାନା ଅନ୍ତର୍ଗତ କୁରଡ ଗ୍ରାମରେ ଗୁରୁବାର ବାପାର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ ଘଟିବା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଅଶୋକ ବରାଇ (୨୩)। ଅଭିଯୁକ୍ତ ବାପା ନିରଞ୍ଜନ ବରାଇଙ୍କୁ ପୁଲିସ ଅଟକ ରଖିଛି।

ସୂଚନା‌ ଅନୁଯାୟୀ, ଗୁରୁବାର ଅପରାହ୍‌ଣରେ ଉଭୟ ବାପା ଓ ପୁଅ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ପରେ ବାପା ନିରଞ୍ଜନ ରାଗରେ ଘରେ ଥିବା ଟାଙ୍ଗିଆ ଆଣି ପୁଅ ଶୋଇଥିବା ବେଳେ ଟାଙ୍ଗିଆରେ ଚୋଟ ମାରିଥିଲେ। ଟାଙ୍ଗିଆ ଚୋଟରେ ଅଶୋକଙ୍କ ବେକର ବାମ ପାର୍ଶ୍ବରେ ଗଭୀର କ୍ଷତ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ, ଚିକିତ୍ସାଧୀନ ଅବସ୍ଥାରେ ଅଶୋକଙ୍କ ମୃତ୍ୟୁ ଘଟିଥିଲା। ସାମାନ୍ୟ ଗଣ୍ଡଗୋଳକୁ କେନ୍ଦ୍ର କରି ନିଜ ପୁଅକୁ ନିରଞ୍ଜନ ଟାଙ୍ଗିଆରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଦେବଗଡ଼ ଥାନା ପୁଲିସ ଅଭିଯୁକ୍ତ ବାପା ନିରଞ୍ଜନକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe