ସମୁଦ୍ରରେ ମା’ ଆଗରେ ଭାସିଗଲା ପୁଅ

ବିଲ ମଝିରୁ ଅଜଣା ବୃଦ୍ଧଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

ପୁରୀ: ଆଜି ସମୁଦ୍ରରେ ଗାଧୋଉଥିବା ସମୟରେ ମା’ ସମ୍ମୁଖରେ ୨୧ ବର୍ଷର ପୁଅ ଲହଡ଼ିରେ ଭାସିଯାଇ ପ୍ରାଣ ହରାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ କଲିକତାରୁ ସୁମନ ବାନାର୍ଜୀ ଓ ତାଙ୍କ ପୁଅ ଅର୍ଚ୍ଚୀଶ୍‌ ବାନାର୍ଜୀ ମିଶି ପୁରୀ ବୁଲିବାକୁ ଆସିଥିଲେ। ସେମାନେ ବଳିଆପଣ୍ଡା ଥାନା ଅଞ୍ଚଳରେ ଏକ ହୋଟେଲରେ ରହି ଆଜି ମଧ୍ୟାହ୍ନରେ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ମା’, ପୁଅ ଦୁହେଁ ଗାଧୋଉଥିବା ବେଳେ ଅର୍ଚ୍ଚୀଶ ଲହଡ଼ିରେ ଭାସିଯାଇଥିଲେ। ସୁମନ ଚିତ୍କାର କରିବାରୁ ସେଠାରେ ଥିବା ମତ୍ସ୍ୟଜୀବୀମାନେ ଖୋଜାଖୋଜି କରିବାର କିଛି ସମୟ ପରେ ଅର୍ଚ୍ଚୀଶ୍‌ଙ୍କ ଶରୀର କୂଳରେ ଲାଗିଥିଲା। ତାଙ୍କୁ ତୁରନ୍ତ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ବଳିଆପଣ୍ଡା ଥାନା ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe