ଶ୍ବଶୁର ଘର ଗାଁରେ ଜ୍ବାଇଁଙ୍କ ଆତ୍ମହତ୍ୟା ଉଦ୍ୟମ

Advertisment
ଶ୍ବଶୁର ଘର ଗାଁରେ ଜ୍ବାଇଁଙ୍କ ଆତ୍ମହତ୍ୟା ଉଦ୍ୟମ

ମୁରିବାହାଲ: ପାରିବାରିକ କଳହକୁ କେନ୍ଦ୍ର କରି ଶ୍ବଶୁର ଘର ଗାଁରେ ଜ୍ବାଇଁ ଏକ କୂଅକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଦମକଳ ବାହିନୀ ଉଦ୍ଧାର କରିଛନ୍ତି।

ଟିଟିଲାଗଡ଼ ଥାନା ପରାସରା ପଞ୍ଚାୟତ ଇଚଗାଁ ଗ୍ରାମର କ୍ରିଷ୍ଣା ବଗର୍ତ୍ତି(୩୦ବର୍ଷ) ସପରିବାର ତାଙ୍କ ଶ୍ୱଶୁର ଘର ମୁରିବାହାଲ ବ୍ଲକ୍‌ ଟୁପାଉଡ଼ାର ପଞ୍ଚାୟତ ଜାମକାନି (ପଲସାପଡ଼ା) ଗ୍ରାମକୁ ଏକ ବାହାଘର ଉତ୍ସବରେ ଯୋଗ ଦେବାକୁ ଆସିଥିଲେ। ବାହାଘର ପରେ କୌଣସି ପାରିବାରିକ କଳହକୁ ନେଇ ବୁଧବାର ସନ୍ଧ୍ୟାରେ କ୍ରିଷ୍ଣା ଗାଁର ଏକ ଗଭୀର କୂଅକୁ ଡେଇଁପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଖବର ପାଇ ମୁରିବାହାଲ ଦମକଳ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ଟିଟିଲାଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe