ଶ୍ବଶୁର ଛୁରାମାଡ଼ରେ ଜ୍ବାଇଁ ଗୁରୁତର

Advertisment
ଯୁବକଙ୍କୁ ଅପହରଣ ପରେ ହତ୍ୟା

The Hans India

ଘଟଗାଁ: ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ମଥୁରାପଶି ଗ୍ରାମରେ ଶ୍ବଶୁରର ଛୁରାମାଡ଼ରେ ଜ୍ୱାଇଁ ଗୁରୁତର ହୋଇଛନ୍ତି। ଗୁରୁତର ଜ୍ବାଇଁଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ବାରିଆ ଥାନା ନନ୍ଦପୁର ଗ୍ରାମର ଲଳିତ ମହାନ୍ତଙ୍କ ଝିଅ ରୋଜାଲିନଙ୍କୁ ମଥୁରାପଶି ଗ୍ରାମର ଲିଟନ ମହାନ୍ତ ଜୁନ ୨୨ ତାରିଖରେ ବିବାହ କରିଥିଲେ। ସୋମବାର ଶ୍ବଶୁର ଲଳିତ ଓ ଶାଳକ ଝିଅଘରକୁ ଆସିଥିଲେ। ରାତିରେ ଝିଅକୁ ଘରକୁ ନେଇଯିବାକୁ ଲଳିତ ଜିଦ୍ କରିଥିଲେ। ମାତ୍ର ରାତି ହୋଇଯାଇଥିବାରୁ ଜ୍ୱାଇଁ ଲିଟନ ପତ୍ନୀଙ୍କୁ ଛାଡ଼ିବାକୁ ଅରାଜି ହୋଇଥିଲେ। ମଝିରେ ମଝିରେ ଲିଟନ ପତ୍ନୀ ରୋଜାଲିନ୍‌ଙ୍କୁ ମାର୍‌ପିଟ କରୁଥିବାରୁ ଲଳିତ ଝିଅକୁ ଘରକୁ ନେଇଯିବାକୁ କହିଥିଲେ। ଏହାକୁ ନେଇ ଉଭୟ ଶ୍ବଶୁର-ଜ୍ବାଇଁଙ୍କ ମଧ୍ୟରେ ବଚସା ହୋଇଥିଲା। ଶେଷରେ ଶ୍ବଶୁର ଲଳିତ ଏକ ଛୁରିରେ ଜ୍ୱାଇଁ ଲିଟନଙ୍କ ପେଟକୁ ଭୁସିଦେବାରୁ ତାଙ୍କ ଅନ୍ତପୁଟି ବାହାରି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଲଳିତ ଏବଂ ତାଙ୍କ ପୁଅ ଫେରାର ହୋଇଯାଇଥିଲେ। ଉଭୟଙ୍କୁ ରିମୁଳି ଅଞ୍ଚଳରୁ ଗିରଫ କରାଯାଇଛି। ଲଳିତଙ୍କୁ କେନ୍ଦୁଝର ଜିଲ୍ଲା କାରାଗାରକୁ ପଠା ଯାଇଥିବା ବେଳେ ଓ ଶାଳକ ନାବାଳକ ହୋଇଥିବାରୁ ତାଙ୍କୁ ରାଉରକେଲାସ୍ଥିତ ବାଳ ସୁଧାର ଗୃହକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe