ବାପାଙ୍କ ଏକାଦଶାହରେ ଆଖି ବୁଜିଲେ ପୁଅ

Advertisment
ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

bbc

ନିଶ୍ଚିନ୍ତକୋଇଲି: କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ନିଶ୍ଚିନ୍ତକୋଇଲି ବ୍ଲକ୍‌ ଦାଉଦପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁରର ଜଣେ ବ୍ୟକ୍ତିଙ୍କ ଏକାଦଶାହରେ ତାଙ୍କର ପୁଅ ପ୍ରାଣ ହରାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ଗୋପୀନାଥପୁର ୬ ନମ୍ବର ୱାର୍ଡର ଅବସରପ୍ରାପ୍ତ କର୍ମଚାରୀ କୁଳମଣି ନାୟକ (୭୫) କରୋନା ପଜିଟିଭ୍‌ ଚିହ୍ନଟ ହୋଇ କଟକରେ ଚିକିତ୍ସିତ ହେଉଥିଲେ। ‌ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପୁଅଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ପୁଅ ଇଂଜିନିୟର ରାଜେଶ କୁମାର ନାୟକ (୩୮)ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ କୋଭିଡ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। ଆଜି ଗାଁରେ ବାପାଙ୍କର ଏକାଦଶାହ କର୍ମ ଚାଲିଥିଲା ବେଳେ ପୁଅ ରାଜେଶଙ୍କ ମୃତ୍ୟୁ ଖବର ପହଞ୍ଚି ଥିଲା। ଏହା ଜଣାପଡ଼ିବା ପରେ ଏକାଦଶାହ କର୍ମ ବନ୍ଦ ହୋଇଯାଇଥିଲା। ରାଜେଶଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କରୋନାରେ ବାପପୁଅଙ୍କ ମୃତ୍ୟୁ ନେଇ ସରକାରୀ ଭାବେ ଘୋଷଣା କରାଯାଇ ନ ଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe