ବାପା-ମା’ଙ୍କୁ ଘରୁ ତଡ଼ିବାକୁ ଗୁଣ୍ଡା ଲଗାଇଲା ପୁଅ

ବାପା-ମା’ଙ୍କୁ ଘରୁ ତଡ଼ିବାକୁ ଗୁଣ୍ଡା ଲଗାଇଲା ପୁଅ

Helpmecovid

ସମ୍ବଲପୁର: ଜନ୍ମକଲା ବାପା ମାଆଙ୍କୁ ମାଡ଼ ମାରି ଘରୁ ବାହାର କରିବାକୁ ଧମକ ଦେଉଛି ପୁଅ। କେବଳ ଧମକ ଦେଉନି, ଘରୁ ସେମାନଙ୍କୁ ତଡ଼ିବା ପାଇଁ ୫-୬ ଗୁଣ୍ଡା ବି ଲଗାଉଛି। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଅଇଁଠାପାଲି ଥାନା ଅଞ୍ଚଳରେ। ଏଭଳି ପୁଅକୁ ଜନ୍ମକରି ଭୁଲ ହୋଇଗଲା ବୋଲି କହିବା ସହ ଅଇଁଠାପାଲି ଥାନା ଦାନିପାଲି ଅଞ୍ଚଳର ଆର୍ତତ୍ରାଣ ସ୍ବାଇଁ(୬୭) ଓ ସ୍ତ୍ରୀ ବିଷ୍ଣୁପ୍ରିୟା ସ୍ବାଇଁ(୫୮) ବୁଧବାର ସମ୍ବଲପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ମାଗିଛନ୍ତି। ସେମାନଙ୍କ ଅଭିଯୋଗ, ୮ ବର୍ଷ ହେଲା ଉଭୟଙ୍କୁ ତାଙ୍କ ପୁଅ ନିର୍ଯାତନା ଦଇ ଆସୁଛି।

ଘରକୁ କୌଣସି ବନ୍ଧୁବାନ୍ଧବଙ୍କୁ ଆସିବାକୁ ଦେଉନାହିଁ। ଯିଏ ଆସିବ ତାକୁ ହାଣିବି ବୋଲି ଧମକ ଦେଉଛି। କିଛି କାମ କରୁନାହିଁ, କହିଲେ ମାର୍‌ପିଟ୍‌ କରୁଛି। ବିଷ୍ଣୁପ୍ରିୟାଙ୍କୁ ମାଡ଼ ମାରି ଠେଲିଦେବାରୁ ସେ ଗୁରୁତର ଆହତ ମଧ୍ୟ ହୋଇଥିଲେ। ତେବେ ବାରମ୍ବାର ସେମାନଙ୍କୁ ଘର ଛାଡ଼ିିଦେବାକୁ ଧମକ ଦେଇ ନିରାଶ ହେବା ପରେ ଗୁଣ୍ଡା ମଗାଇ ଧମକ ଦେଉଥିବା ଉଭୟେ କହିଛନ୍ତି। ୫-୬ ଗୁଣ୍ଡା ଡକାଇ ଘର ନଛାଡ଼ିଲେ ଜୀବନରୁ ମାରିଦେବାକୁ ଧମକ ଦେବା ପରେ ଭୟଭୀତ ହୋଇ ଉଭୟେ ସମ୍ବଲପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe