୧୩୦ କୋଟି ଟଙ୍କା ଆର୍ଥିକ ଅନିୟମିତତା! ପୂର୍ବତନ ଆଇଏଏସ୍‌ ଅଫିସରଙ୍କ ପୁଅ ଗିରଫ

Advertisment

ଉଠାଇ ନେଲା ତାମିଲନାଡୁ ଅର୍ଥନୈତିକ ଅପରାଧ ଶାଖା

ଉଠାଇ ନେଲା ତାମିଲନାଡୁ ଅର୍ଥନୈତିକ ଅପରାଧ ଶାଖା

୬ ବର୍ଷର ଶିଶୁ ଅପହରଣ ଘଟଣା : ମହିଳା ଗିରଫ, ଶିଶୁପୁତ୍ର ଉଦ୍ଧାର

enworld.org

ସୁନ୍ଦରଗଡ଼/ବଡ଼ଗାଁ: ଅବସରପ୍ରାପ୍ତ ଆଇଏଏସ୍‌ ଲିଭିନୁସ କିଣ୍ଡୋଙ୍କ ପୁଅ ଦୀପକ କିଣ୍ଡୋଙ୍କୁ ଗିରଫ କରିଛି ତାମିଲନାଡ଼ୁ ଅର୍ଥନୈତିକ ଅପରାଧ ଶାଖା। ଏକ ବଡ଼ଧରଣର ଋଣ ଖିଲାପି ମାମଲାରେ ଦୀପକଙ୍କୁ ତାମିଲନାଡ଼ୁ ନିଆଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁମୋଦନରେ ଚେନ୍ନାଇ ଓ ବିଭିନ୍ନ ସ୍ଥାନର ଫାଇନାନ୍ସ କମ୍ପାନିରୁ କୋଟି କୋଟି ଟଙ୍କାର ଟଙ୍କାର ଋଣ ଆଣି ସେ ପରବର୍ତ୍ତୀ ସମୟରେ କିସ୍ତି ପ୍ରଦାନ‌ରେ ଖିଲାପ କରିଥିଲେ। ଫାଇନାନ୍ସ କମ୍ପାନିର ବାରମ୍ବାର ନୋଟିସ ସତ୍ତ୍ବେ କୌଣସି ଉତ୍ତର ଦେଉନଥିବା ଅଭିଯୋଗ ଥିଲା। ଏହି ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଦୀପକଙ୍କ ‘ସମ୍ବନ୍ଧ ଫିନ୍ସରି’ ନାମକ ଏକ ମlଇକ୍ରୋ ଫାଇନାନ୍ସ କମ୍ପାନି ରହିଛି l ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଗୁଜରାଟରେ ଏହାର ଶହେରୁ ଅଧିକ ଶାଖା ରହିଛି l ଏହି ଗ୍ରୁପ ଅଧୀନରେ ବଡ଼ଗାଁ ବ୍ଲକ୍‌ ଅଞ୍ଚଳରେ ଏକ ଡାଏରି ଫାର୍ମ ଭଳି ଆହୁରି ପାଞ୍ଚଟି କମ୍ପାନି କାମ କରୁଛି। ଏସବୁ କମ୍ପାନି ୧୫ବର୍ଷ ହେଲା ଆର୍ଥିକ ଅନଗ୍ରସର ଲୋକଙ୍କୁ ଋଣ ଦେଇ ସ୍ୱାବଲମୀ କରିବା ଲକ୍ଷ୍ୟ ରଖିଥିବା ଦର୍ଶାଇ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ଆଣିଥିଲା।

ଏହିକ୍ରମରେ ଦୀପକଙ୍କ ବିରୋଧରେ ତାମିଲନାଡୁର ଏକ ଅର୍ଥ ଲଗାଣକାରୀ କମ୍ପାନିରୁ ଋଣ ଆଣି ପରିଶୋଧରେ ଖିଲାପ କରିବା, ହିତାଧିକାରୀଙ୍କୁ ଅନ୍ଧାରରେ ରଖି ସେମାନଙ୍କ ରିହାତି ଟଙ୍କା ହଡ଼ପ, ଭୂତ ହିତାଧିକାରୀଙ୍କ ନାମରେ ଋଣ ଉଠାଣ କରି ଆର୍ଥିକ ଅପରାଧରେ ସମ୍ପୃକ୍ତି ଆଦି ବହୁ ଅଭିଯୋଗ ହୋଇଥିଲା। ଶେଷକୁ ଚେନ୍ନାଇରେ ଥିବା ଏକ କମ୍ପାନି ତାମିଲନାଡୁ ଅର୍ଥନୈତିକ ଅପରାଧ ଶାଖାରେ ଶ୍ରୀ କିଣ୍ଡୋଙ୍କ ବିରୋଧରେ ମାମଲା ଦାଏର କରିଥିଲେ l ଏହି ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି।
ପୂର୍ବରୁ ଦୀପକଙ୍କ ବିରୋଧରେ ମୋଟ ୨୫୩ କୋଟି ଟଙ୍କାର ଅନିୟମିତତା ରହିଥିବା ସମ୍ପର୍କରେ ପ୍ରଥମେ ‘ସମ୍ବାଦ’ ଓ ପରେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। କେନ୍ଦ୍ରୀୟ ସମୀକ୍ଷା (ସେଣ୍ଟ୍ରାଲ ଅଡିଟ୍‌) ପରେ ଏହା ପ୍ରାୟ ୧୩୦ କୋଟି ହୋଇଥିବା କୁହାଯାଉଛି। ବିଭିନ୍ନ ଡାଏରି ଫାର୍ମ ନାଁରେ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା, ରାଜଗାଙ୍ଗପୁର, ବଡ଼ଗାଁ ବ୍ଲକ୍‌ ବହୁ ଚାଷୀଙ୍କ ମାଧ୍ୟମରେ କୋଟି କୋଟି ଟଙ୍କା ଋଣ ଉଠାଯାଇ ହଡ଼ପ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe