ବାପାର ଲୁହାରଡ଼ ମାଡ଼ରେ ଆଖି ବୁଜିଲା ପୁଅ

ବାପାର ଲୁହାରଡ଼ ମାଡ଼ରେ ଆଖି ବୁଜିଲା ପୁଅ

ଝାରସୁଗୁଡ଼ା: ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଘୁଟକୁରିପଡ଼ାଠାରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛି। ଉତ୍ତ୍ୟକ୍ତ ବାପାର ଲୁହାରଡ୍‌ ମାଡ଼ରେ ୧୭ ବର୍ଷର ପୁଅ ଆଖି ବୁଜି ଦେଇଥିବା ଘଟଣା ଉକ୍ତ ଗ୍ରାମରେ ଆଲୋଡ଼ନ ଖେଳାଇ ଦେଇଛି। ସଦର ଥାନା ଆଇଆଇସି ଶୁଚିସ୍ମିତା ମହାନ୍ତିଙ୍କ ସୂଚନା ଅନୁଯାୟୀ, ବାପା ରୂପଧର ସିଂହ(୫୫) ଓ ପୁଅ ସୁମତ ସିଂହ(୧୭)ଙ୍କ ମଧ୍ୟରେ ସବୁ ବେଳେ କଳିଗୋଳ ଲାଗି ରହୁଥିଲା। ମଙ୍ଗଳବାର ରାତିରେ ମଧ୍ୟ ସେମାନଙ୍କ ମଧ୍ୟରେ କଳିଗୋଳ ‌ଲାଗିଥିଲା।

publive-image

ବୁଧବାର ଭୋର ପ୍ରାୟ ୩/୪ ଟା ସମୟରେ ଉଭୟ ବାପ ପୁଅଙ୍କ ମଧ୍ୟରେ କଥା କଟାକଟି ଓ କଳିଗୋଳ ହୋଇ ଉଗ୍ରରୂପ ନେଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବାପା ରୂପଧର ଏକ ଲୁହା ରଡ୍‌ରେ ପୁଅକୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ସୁମତ ଗୁରୁତର ଆହତ ହୋଇଥିଲେ। ପୁଲିସ ଆହତ ପୁଅକୁ ଉଦ୍ଧାର କରି ଡାକ୍ତରଖାନା ନେବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ରୂପଧରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ଲୁହାରଡ୍‌କୁ ପୁଲିସ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe