ନଦୀଗୁଡ଼ିକୁ ଜଳ ଯୋଗାଉଥିବା ଝରଣା, ଉପନଦୀ ଓ ନାଳ ଅସ୍ତିତ୍ବ ହରାଉଛନ୍ତି

ନଦୀଗୁଡ଼ିକୁ ଜଳ ଯୋଗାଉଥିବା ଝରଣା, ଉପନଦୀ ଓ ନାଳ ଅସ୍ତିତ୍ବ ହରାଉଛନ୍ତି

The Indian Express

ଯାଜପୁର : ଯାଜପୁର ଜିଲ୍ଲାରେ ରାଜ୍ୟର ୩ ମୁଖ୍ୟ ନଦୀ ବୈତରଣୀ, ବ୍ରାହ୍ମଣୀ ଓ ମହାନଦୀର ଶାଖାଗୁଡ଼ିକର ଅସ୍ତିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନଦୀଗୁଡ଼ିକୁ ଜଳ ଯୋଗାଉଥିବା ଛୋଟ ଛୋଟ ଝରଣା, ଉପନଦୀ ଓ ନାଳଗୁଡ଼ିକ ଦିନକୁ ଦିନ ଶୁଷ୍କ ହେବାରେ ଲାଗିଛନ୍ତି। ଜଙ୍ଗଲ ଧ୍ବଂସ ସାଙ୍ଗକୁ ଖଣି ଖନନ ଯୋଗୁଁ ନଦୀଗୁଡ଼ିକର ଅକାଳମୃତ୍ୟୁ ପାଇଁ ଦ୍ବାର ଖୋଲିଯାଇଛି। ଯାଜପୁର ଜିଲ୍ଲାର ଅଧିକାଂଶ ପାହାଡ଼ପର୍ବତ ଖଣିଖାଦାନ ମାଫିଆ ଓ ଠିକାଦାରଙ୍କ କବଜାରେ। ଜିଲ୍ଲାରେ ଅବ୍ୟବସ୍ଥିତ ଖଣିଖାଦାନ ଯୋଗୁଁ ଶହ ଶହ ମୃତ୍ୟୁ ଗହ୍ବର ସୃଷ୍ଟି ହୋଇଛି। ପାହାଡ଼ ପର୍ବତରେ ଥିବା ନଦୀନାଳର ଜଳ ଉତ୍ସ ନଷ୍ଟ ହେବାରେ ଲାଗିଛି। ଅପର ପକ୍ଷରେ ନଦୀ ଶଯ୍ୟାକୁ ବାଲି ମାଫିଆମାନେ ନିଜ କବଜାରେ ରଖିଥିବାରୁ ବାଲି ଶେଷ ହେବାରେ ଲାଗିଛି। ଯାହାକି ଭୂତଳ ଜଳ ଧାରଣ କ୍ଷମତା ହ୍ରାସ ପାଇବାରେ ଲାଗିଛି। ଯାଜପୁର ଭଳି ପୂର୍ବ ଉପକୂଳ ଜିଲ୍ଲାବାସୀ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ସମୟରେ ଜଳ ସଙ୍କଟର ସମ୍ମୁଖୀନ ହେଲେ। ଆଗାମୀ ଦିନ ପାଇଁ ଏହା ଚିନ୍ତାର କାରଣ।

publive-image khabarindia.in

ପ୍ରକାଶ ଥାଉକି ଧର୍ମଶାଳା ତହସିଲ ଅଞ୍ଚଳରେ ରାହାଡ଼ପୁର, ଡଙ୍କାରୀ, କୁସୁନପୁର,ବଳରାମପୁର, ବାଘୁଆ,ବାଜବାଟି, ଆରୁହା ଓ ବିଛାଖଣ୍ଡି ଇତ୍ୟାଦି ଶହଶହ ଏକର ପାହାଡ଼ରେ କଳାପଥର ଖନ ପରେ ଶହେ ଦେଢଶହ ଫୁଟ୍ ଗଭୀର ଗହ୍ବର ସୃଷ୍ଟି ହୋଇଛି। ଏହି ଗହ୍ବର ମଣିଷ,ଗୃହପାଳିତ ପ୍ରାଣୀ ଓ ବନ୍ୟଜନ୍ତୁଙ୍କ ପାଇଁ ମରଣଯନ୍ତା ପାଲିଟିଛି। ଏଥିରେ ଯିଏ ପଡୁଛି, ତାର ମୃତ୍ୟୁ ନିଶ୍ଚିତ। ଏହି ପାହାଡ଼ଗୁଡ଼ିକରୁ ବାହାରିଥିବା ଅଞ୍ଜିରାନାଳ, ଖୋଳାନାଳ ଓ ରାଣୀବନ୍ଧର ଜଳ ଉତ୍ସ ଦିନକୁ ଦିନ ଲୀନ ହେବାରେ ଲାଗିଛି। ସେହିପରି ସୁକିନ୍ଦା ଅଞ୍ଚଳର କ୍ରୋମ ଉପତ୍ୟକାରେ କ୍ରୋମାଇଟ୍ ଖନନ ପରେ ଖଣିଗୁଡ଼ିକରେ ବିରାଟ ଗହ୍ବର ସୃଷ୍ଟି ହୋଇ ମୃତ୍ୟୁ ଯନ୍ତା ରୂପ ନେଇଛି। ଦୈତାରୀ ଓ ମହାଗିରି ପାହାଡ଼ରୁ ବାହାରିଥିବା ଡମଶାଳ ଓ ଗଣ୍ଡାନାଳର ଏବେ ସଙ୍ଗୀନ ସ୍ଥିତିରେ। ଜିଲ୍ଲାର ଅଧିକାଂଶ ପାହାଡ଼ରେ ଏଭଳି ଶୋଚନୀୟ ଅବସ୍ଥା ଦେଖିବାକୁ ମିଳିଥିବା ବେଳେ ନଦୀ ଅବସ୍ଥା ମଧ୍ୟ ତାହା ଠାରୁ ଅଧିକ।

publive-image Outlook India

ବୈତରଣୀ, ବୁଢା, ବ୍ରାହ୍ମଣୀ, ଖରସ୍ରୋତା ଓ ମହାନଦୀର ଶାଖା ବିରୂପା, ବଡ ଓ ଛୋଟ ଗେଙ୍ଗୁଟିର ନଦୀ ଶଯ୍ୟାକୁ ବାଲି ମାଫିଆମାନେ ନିଜ କବଜାକୁ ନେଇ ବିରାଟ ଗଣ୍ଡ ସୃଷ୍ଟି କରୁଛନ୍ତି। ନିକଟରେ ବୈତରଣୀର ଧନତ୍ରୀ ବାଲିଘାଟ ପାଇଁ ସୃଷ୍ଟି ହୋଇଥିବା ଗଣ୍ଡରେ ପଡି ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ହେଲା। ସେହିପରି ଜିଲ୍ଲାର ବିଭିନ୍ନ ନଦୀରେ ଶହ ଶହ ଗଣ୍ଡ ବାଲିମାଫିଆଙ୍କ ଦ୍ବାରା ସୃଷ୍ଟି ହୋଇଛି। ନଦୀ ଶଯ୍ୟାରୁ ବାଲି ସ୍ତର ଶେଷ ହୋଇଯାଇଥିବାରୁ ଜଳଧାରଣ ଓ ଭୂତଜଳ ସ୍ତର ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଯାହା ଫଳରେ କୋରେଇ ଓ ରସୁଲପୁର ବ୍ଲକ୍‌ରେ ବୋରିଂ ଖୋଳିବା ଉପରେ ଅଙ୍କୁଶ ଲାଗିଲାଣି। ନଦୀନାଳ ଘେରା ଯାଜପୁର ଜିଲ୍ଲାର ପରିବେଶ ଏବେ ସଙ୍କଟ ଜନକ ସ୍ଥିତିରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe