ଉନ୍ମୋଚନ ହେଲା ସ୍ବତନ୍ତ୍ର କୋଟିଆ ଲଫାଫା, ଡାକ ବିଭାଗ କହୁଛି କୋଟିଆ ଓଡ଼ିଶାର

Advertisment
ଉନ୍ମୋଚନ ହେଲା ସ୍ବତନ୍ତ୍ର କୋଟିଆ ଲଫାଫା, ଡାକ ବିଭାଗ କହୁଛି କୋଟିଆ ଓଡ଼ିଶାର

କୋରାପୁଟ/ପଟାଙ୍ଗି : ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ଜଟିଳ ସ୍ଥିତିରେ ରହିଥିବା ବେଳେ ଓଡ଼ିଶାର ପକ୍ଷ ମଜଭୁତ କରିଛି କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଡାକ ବିଭାଗ। ଯାହା ଆଗକୁ ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନରେ ସହାୟକ ହେବ। ଶନିବାର ଦିନ କୋଟିଆରେ ସ୍ବତନ୍ତ୍ର କୋଟିଆ ଲଫାଫା ଉନ୍ମୋଚନ କରି ଇଷ୍ଟର୍ଣ୍ଣ ଇଣ୍ଡିଆ ଫିଲାଟେଲିକ ଆସୋସିଏସନ୍‌ର ବରିଷ୍ଠ କର୍ମକର୍ତ୍ତା ଅନୀଲ ଧୀର ଓ ବିଶ୍ୱଜିତ ମହାନ୍ତି, ଅବିଭକ୍ତ କୋରାପୁଟ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ସଂଜୀବ ହୋତା ଏହି କଥା କହିଛନ୍ତି।

ଶନିବାର ଦିନ ଅତିଥିମାନେ କୋଟିଆର ଫଟୋ ଏବଂ ମାନଚିତ୍ର ରହିଥିବା ସ୍ବତନ୍ତ୍ର ଲଫାଫାକୁ ଉନ୍ମୋଚନ କରିଥିଲେ। ୩୦୦ ଚିଠି ସ୍ବତନ୍ତ୍ର ଲଫାଫାରେ କୋଟିଆ ସଂପର୍କିତ ତଥ୍ୟ ପ୍ରଦାନ କରି ଦେଶର ବିଭିନ୍ନ ସ୍ଥାନକୁ କୋଟିଆ ଡାକଘରୁ ପ୍ରେରଣ କରିଛନ୍ତି। ଓଡ଼ିଶା ବାହାରେ ବି ଲୋକେ କୋଟିଆ ବିଷୟରେ ଜାଣିବା ନିମନ୍ତେ ଅଭିଯାନକୁ ଆରମ୍ଭ କରାଯାଇଛି। ସେହିପରି କେନ୍ଦ୍ର ସରକାରଙ୍କ ଡାକ ବିଭାଗ ପକ୍ଷରୁ କୋଟିଆକୁ ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର (ପିନ୍‌) ୭୬୪୦୩୯ ଦିଆଯାଇଛି। ଏହି ଡାକଘର ଓଡ଼ିଶା ପୋଷ୍ଟାଲ ଡିଭିଜନ ଅଧୀନରେ ରହିଥିବାରୁ କେନ୍ଦ୍ର ସରକାର ମଧ୍ୟ କୋଟିଆ ଓଡ଼ିଶାର ବୋଲି ସ୍ବୀକାର କରୁଛନ୍ତି ବୋଲି ଶ୍ରୀ ଧୀର ମତବ୍ୟକ୍ତ କରିଛନ୍ତି। କୋଟିଆ ନିମନ୍ତେ ଓଡ଼ିଶାର ପିନ୍‌ ରହିଥିବାରୁ ସୁପ୍ରିମକୋର୍ଟରେ ଓଡ଼ିଶାର ପକ୍ଷ ଅଧିକ ମଜଭୁତ ହେବ ବୋଲି ଶ୍ରୀ ମହାନ୍ତି ଆଶାବଦୀ ରହିଛନ୍ତି। କୋଟିଆ କେବଳ ଓଡ଼ିଶାର ଜଣାଇବା ପାଇଁ ଆଜି କୋଟିଆ ସ୍ୱତନ୍ତ୍ର ଲଫାଫାରେ ଚିଠି ପ୍ରେରଣ ଅଭିଯାନ ଆରମ୍ଭ ହୋଇଥିବା ଶ୍ରୀ ହୋତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe