ବିପୁଳ ବାଣ ନଷ୍ଟ କଲା ସ୍କ୍ବାଡ୍‌

ବିପୁଳ ବାଣ ନଷ୍ଟ କଲା ସ୍କ୍ବାଡ୍‌

ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ ଅଭୟପୁର ଗ୍ରାମର ବିଚିତ୍ର ଭୂୟାଁ(କାଳିଆ) ଘରୁ ଯାଜପୁର ଜିଲ୍ଲା ପୁଲିସ୍‌ର ସ୍ବତନ୍ତ୍ର ସ୍କ୍ବାଡ୍‌ ବିପୁଳ ପରିମାଣର ବାଣ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଚଢ଼ଉ ସମୟରେ ଅଭିଯୁକ୍ତ କାଳିଆ ଫେରାର ହୋଇ ଯାଇଥିଲା। ଜବତ ବାଣ ଓ ଅନ୍ୟାନ୍ୟ ସାମଗ୍ରୀକୁ ପୁଲିସ୍‌ ନିକଟସ୍ଥ ପାଟରେ ନଷ୍ଟ କରି ଦେଇଛି।

publive-image

ପ୍ରକାଶ ଯେ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ବାଣ ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ପରେ ଗତ ୭ ତାରିଖରେ ଯାଜପୁର ଜିଲ୍ଲା ପୁଲିସ୍‌ ବେଆଇନ ବାଣ ଗୋଦାମ ଓ ଦୋକାନରେ ଚଢ଼ଉ କରିଥିଲା। ଅଭୟପୁର ଗ୍ରାମର ପଦ୍ମନାଭ ଭୂୟାଁଙ୍କ ପୁଅ କାଳିଆ ନିଜ ଘରେ କେତେକ ବାଣ ତିଆରି କରୁଥିବା ବେଳେ ଆଉ କିଛି ବାହାରୁ କିଣି ବିକ୍ରି କରୁଥିଲା। ଖବରପାଇ ପୁଲିସ୍‌ ସ୍କ୍ବାଡ୍‌ ଏଠାରେ ଚଢ଼ଉ କରି ବିଭିନ୍ନ ବାଣ ଜବତ କରିଥିଲା। ପରେ ଏହି ସ୍କ୍ବାଡ୍‌ ଧର୍ମଶାଳା ଥାନା ଅଞ୍ଚଳର ଅଚ୍ୟୁତପୁର ସମେତ ଅନ୍ୟ ୧୩ଟି ସ୍ଥାନରେ ଚଢ଼ଉ କରିଥିଲେ। ହେଲେ ଖବର ପାଇ ବାଣ ବେପାରୀମାନେ ଚମ୍ପଟ ମାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe