ଭୁବନେଶ୍ବର : କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟକୁ ଦଳ ଓଡ଼ିଶାରେ ପାଳନ କରିଛି। ଆଜି ଦିନ ତମାମ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ଓ ଅନ୍ୟ ସ୍ଥାନରେ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ପରସ୍ପରକୁ ମିଠା ବାଣ୍ଟିବା ସହିତ ବାଜା ଓ ବାଣ ଫୁଟାଇ ବିଜୟ ଉତ୍ସବକୁ ମନାଇଥିଲେ। ଏହି ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା କାର୍ଯ୍ୟକ୍ରମର ପ୍ରତିଫଳନ ସ୍ବରୂପ କର୍ଣ୍ଣାଟକରେ କଂଗ୍ରେସକୁ ବିପୁଳ ବିଜୟ ମିଳିଛି। ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର କର୍ଣ୍ଣାଟକର ସାଧାରଣ ଜନତାଙ୍କୁ ଗଭୀରଭାବେ ପ୍ରଭାବିତ କରିଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅହଙ୍କାରକୁ ସାଧାରଣ ଜନତା ବୁଝି ପାରିଥିଲେ। କର୍ଣ୍ଣାଟକରେ ୪୦ ପ୍ରତିଶତ କମିସନ ସରକାର, ଡବଲ ଇଞ୍ଜିନ ସରକାରକୁ କର୍ଣ୍ଣାଟକବାସୀ ପ୍ରତ୍ୟାଖାନ କରିଛନ୍ତି। ଦୁର୍ନୀତି, କୁଶାସନ, ବେରୋଜଗାର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ଧାର୍ମିକ ଅସହିଷ୍ଣୁତା ଏହି ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ରହିଥିଲା ବୋଲି ଶୀ ପଟ୍ଟନାୟକ କହିଛନ୍ତି।
ବିଜୟ ଉତ୍ସବ କାର୍ଯ୍ୟକ୍ରମରେ ବିଧାୟକ ସୁରେଶ ରାଉତରାୟ, ସୁରେଶ ମହାପାତ୍ର, କିଶୋର ଜେନା, ବନ୍ଦିତା ପରିଡ଼ା, ମାନସ ଚୌଧୁରୀ, ଯୁଧିଷ୍ଠିର ଜେନା, ବିଶ୍ବଜିତ ଦାସ, ମନୋରଂଜନ ଦାସ, ୟାସିର ନୱାଜ, ଜିଆ ଉଲ୍ ହକ୍, ବାଙ୍କନିଧି ବେହେରା, ହଳଧର ସେଠୀ, ବିସ୍ମୟ ମହାପାତ୍ର, ଶ୍ରୀନିବାସ ରାଉତରାୟ, ମାନସ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର ଦାସ, ମନୋଜ ଜେନା, ରଞ୍ଜିତ ପାତ୍ର, ତରୁଣ ମିଶ୍ର, ଜ୍ଞାନ ପଟ୍ଟନାୟକ, ମିହିର ଆଚାର୍ଯ୍ୟ, ଦୀପକ ମହାପାତ୍ର, ସୁବ୍ରତ ମହାପାତ୍ର ଓ ଅନ୍ୟମାନେ ଯୋଗ ଦେଇଥିଲେ।
Follow Us