ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିସନ ଚୂଡ଼ାନ୍ତ ନିଷ୍ପତ୍ତି ନେବେ: ସ୍ୱତନ୍ତ୍ର ରିଲିଫ କମିସନର

Advertisment

ରାଜ୍ୟର କରୋନା ସଂକ୍ରମଣ ସ୍ଥିତି ସଂପର୍କରେ ଅବଗତ କରାଗଲା

ରାଜ୍ୟର କରୋନା ସଂକ୍ରମଣ ସ୍ଥିତି ସଂପର୍କରେ ଅବଗତ କରାଗଲା

ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିସନ ଚୂଡ଼ାନ୍ତ ନିଷ୍ପତ୍ତି ନେବେ: ସ୍ୱତନ୍ତ୍ର ରିଲିଫ କମିସନର

ଭୁବନେଶ୍ବର: ରାଜ୍ୟର କରୋନା ସଂକ୍ରମଣ ସ୍ଥିତି, ଟିକାକରଣ ଓ କୋଭିଡ ମୁକାବିଲା ଲାଗି ସରକାର କି କି ପଦକ୍ଷେପ ନେଉଛନ୍ତି ସେ ବିଷୟରେ ନିର୍ବାଚନ କମିସନଙ୍କୁ ଅବଗତ କଲେ ରାଜ୍ୟ ସରକାର। କୋଭିଡର ଭୟାବହତା ଭିତରେ କିପରି ହେବ ପଞ୍ଚାୟତ ନିର୍ବାଚନ ସେ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ବାସ୍ଥ୍ୟକର୍ମୀ, କରୋନା ଯୋଦ୍ଧା, ଟେଷ୍ଟିଙ୍ଗ ଓ ବୁଷ୍ଟର୍ ଡୋଜ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ରାଜ୍ୟର ସମ୍ଭାବ୍ୟ କରୋନା ସଂକ୍ରମଣ ସ୍ଥିତି ସଂପର୍କରେ ବି ଆଗାମୀ ଦିନରେ ନିର୍ବାଚନ କମିସନଙ୍କୁ ଅବଗତ କରାଯିବ। ଆଜିର ବୈଠକ ପରେ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିସନ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା।

ଆଜିର ବୈଠକରେ ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ତଥା ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ତଥା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଏଣେ ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପାଢ଼ୀ କହିଛନ୍ତି,  ଆଜିର ବୈଠକରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଇନପୁଟ  ଦିଆଯାଇଛି। ନିର୍ବାଚନ ବେଳେ ସୁରକ୍ଷା କର୍ମୀ, ରାଜନୈତିକ ଦଳ, ନିର୍ବାଚନ କରାଉଥିବା ଅଧିକାରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ବନ୍ଧରେ ଆଲୋଚନା ହେଲା।
ତାକୁ ଆଧାର କରି ଆମେ ଆଗାମୀ ପଦକ୍ଷେପ ନେବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe